ସକାଳ ଖବର କାଗଜ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ସକାଳ ଖବର କାଗଜର ଦ୍ଵିତ୍ତୀୟ ସ୍ଵର୍ଣକ୍ଷେତ୍ର ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଜିଲ୍ଲା ସଦର ମହକୁମା ସ୍ଥିତ ମାଲକାନଗିରି ମହା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ଷଢଙ୍ଗି ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଭାପତିତ୍ଵ କରିଥିଲେ । ଏହି ଅବସରରେ ଅନେକ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କନିଷ୍ଟ ବର୍ଗରେ ତଥା ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ୭ଟି ବିଦ୍ୟାଳୟର ୧୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେହିପରି ବରିଷ୍ଟ ତଥା ମହା ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ୫ଟି ମହାବିଦ୍ୟାଳୟର ୧୧ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ସ୍ତରରେ ଦୀପ୍ତି କନଭେଣ୍ଟ ବିଦ୍ୟାଳୟ ମାଲକାନଗିରିର ଛାତ୍ରୀ କାବ୍ୟାଞ୍ଚଳି ବାସୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ବିତୀଯ ସ୍ଥାନ ହାସଲ କରିଥିଲେ ସେହି ବିଦ୍ୟାଳୟର ମାଲକାନଗିରି ଶ୍ରୀୟାଂଶ୍ରୀ ପଟ୍ଟନାୟକ ଓ ତୃତୀୟ ସ୍ଥାନ ହାସଲ କରିଥିଲେ ଦୀପ୍ତି କନଭେଣ୍ଟ ବିଦ୍ୟାଳୟର ମାଲକାନଗିରିର ଛାତ୍ର ଓମକାର ନାଥ ସାବତ । ସେହିପରି ବରିଷ୍ଠ ତଥା ମହା ବିଦ୍ୟାଳୟ ସ୍ତରରେ ମାଲକାନଗିରି ମହା ବିଦ୍ୟାଳୟର ଛାତ୍ରୀ ସ୍ନେହିତା ବୈଦ୍ୟ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମଡେଲ ଡିଗ୍ରୀ ମହାବିଦ୍ୟାଳୟର ମାଲକାନଗିରିର ଛାତ୍ରୀ ଆକାଂକ୍ଷା ଆଚାର୍ଯ୍ୟ ଓ ମାଲକାନଗିରି ମହା ବିଦ୍ୟାଳୟର ଛାତ୍ର ଗଙ୍ଗାଧର ପଡିଆମୀ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି ଅବସରରେ ମାଲକାନଗିରି ମହା ବିଦ୍ୟାଳୟର ଅଧ୍ୟାପିକା ନମିତା ଦଣ୍ଡସେନା, ବାଣିଜ୍ୟ ବିଭାଗର ଅଧ୍ୟାପକ ତଥା ଜିଲ୍ଲା ରେଡକ୍ରଶର ଆବାହକ ଡ ରଞ୍ଜନ କୁମାର ସ୍ଵାଇଁ, ତପନ କୁମାର ବେହେରା, ଡ ଗୋକୁଳାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଚାରପତି ଭାବେ ଦାଇତ୍ଵ ତୁଲାଇ ଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ଶଢଙ୍ଗୀ ଓ ବିଚାରପତି ମାନେ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସକାଳ ଖବର କାଗଜର ମାଲକାନଗିରି ବ୍ଲକ ପ୍ରତିନିଧି ସତ୍ୟ ନାରାୟଣ ଦାସ, ବାଲିମେଳା ପ୍ରତିନିଧି ଏ ଦେବଶିଶ ପାତ୍ର, ସ୍ଥାନୀୟ ଗଣ ମାଧ୍ୟମ ପ୍ରାତିନିଧି ଚନ୍ଦନ କୁମାର ପଣ୍ଡା, ଶିବ ପ୍ରସାଦ ଦାସ, ରାମକୃଷ୍ଣ ଗୋଲୋରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସକାଳ ଖବର କାଗଜର ଜିଲ୍ଲା ପ୍ରତିନିଧି ଅଶୋକ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

nis-ad
Leave A Reply

Your email address will not be published.