୫୩ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବୁଗୁଡ଼ା : ତା ୧୩/୧୧/୨୨ : ସ୍ଥାନୀୟ ପିପୁଲ୍ସ କଲେଜ କ୍ରୀଡା ପ୍ରାଙ୍ଗଣରେ ୫୩ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କ୍ରୀଡା ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ କାମେଶ୍ଵର ରାଓ , କ୍ରୀଡା ଅଧିକାରୀ ରବି ମିଶ୍ର ଓ ପ୍ରଶିକ୍ଷକ ରାଜେଶ ମହାନ୍ତି ଯୋଗଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ପିପୁଲ୍ସ କଲେଜର ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟରେ ସିଟି କଲେଜ ବ୍ରହ୍ମପୁର , ଏସକେସିଜି ପାରଳାଖେମୁଣ୍ଡି , ପିଜି ବିଭାଗ ବ୍ରହ୍ମପୁର, ରାମନାରାୟଣ ଡିଗ୍ରୀ କଲେଜ ଡୁରା ଓ ପିପୁଲ୍ସ କଲେଜ ବୁଗୁଡ଼ା ଆଦି ୫ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ଯାଚଟି ବୁଗୁଡ଼ା ଓ ପାରଳାଖେମୁଣ୍ଡି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ଜାତୀୟ ସ୍ତରର ରେଫେରି ସୁଧିର କୁମାର ପରିଡା ଓ ଆଶିଷ କୁମାର ଜେନା ପରିଚାଳନା କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଶ୍ରୀନିବାସ ଦୋରା ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.