କଂଗ୍ରେସର ଭାରତ ଯୋଡ଼ ଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀ

ଦାରିଙ୍ଗବାଡ଼ି,୧୩/୧୧ : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସେବାକେନ୍ଦ୍ର ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଯାତ୍ରା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ଏହି ସମ୍ମିଳନୀରେ ବରିଷ୍ଠ କଂଗ୍ରେସ କର୍ମୀ ପ୍ରତାପ ପ୍ରଧାନ ଅଧକ୍ଷତା କରିଥିଲେ । ଆଗାମୀ ୨୦ ତାରିଖରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ରହିଥିବା ସମସ୍ୟାର ସମାଧାନ ଦାବି ନେଇ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ । ଦାବି ଗୁଡିକ ହେଉଛି ବ୍ରାହ୍ମଣୀଗାଁ ଓ ଗୋଛପଡା କୁ ବ୍ଲକ ଗଠନ,ଜୀ.ଉଦୟଗିରି ଉପଜିଲ୍ଲାପାଳ କାର୍ଯ୍ୟଲୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ, ଏଏମସିଏସ ସୋସାଇଟର ପୁନରୁଦ୍ଧାର ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ, କନ୍ଧମାଳକୁ ପର୍ଯ୍ୟଟନ ଜିଲ୍ଲା ଭାବେ ଘୋଷଣା, ଜିଲ୍ଲାର ପ୍ରତ୍ୟକ ବ୍ଲକର କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ଜୀ.ଉଦୟଗିରି ଓ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୦ ଶଯ୍ୟା ବିଶିଷ୍ଟ କରିବା ସହ ପ୍ରତ୍ୟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ଓ ଶିଶୁ ବିଶେଷଜ୍ଞ ନିଯୁକ୍ତି ଦିଆଯିବା, ରାଇକିଆରେ ହଳଦୀ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା, ଭୂମିହିନଙ୍କୁ ଜମି ପ୍ରଦାନ, ଜିଲ୍ଲାରେ ଜମି ସେଟେଲମେଣ୍ଟ କାର୍ଯ୍ୟତ୍ୱରାନ୍ୱିତ କରିବା, ଜିଲ୍ଲାର ସମସ୍ତ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ ସହ ଫୁଟବଲ ଓ ଭଲିବଲ ଖେଳର ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶ, ଜିଲ୍ଲାର ସମସ୍ତ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ଭଣ୍ଡାର ଖୋଲାଯିବା ଭଳି ଅନେକ ଦାବି ରଖିଛି କଂଗ୍ରେସ । ସମ୍ମିଳନୀରେ କଂଗ୍ରେସ କର୍ମୀ ଜ୍ୟୋତିରାଜ ଲିମା, ସ୍ବେପ୍ନସର ପ୍ରଧାନ ସମେତ ଏକାଧିକ କର୍ମୀ ଯୋଗ ଦେଇଥିଲେ । ଏଥି ସହିତ କଂଗ୍ରେସର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରି ଭାରତ ଯୋଡ ଯାତ୍ରା ପାଇଁ ପ୍ରସ୍ତୁତି ହୋଇଥିଲେ।

nis-ad
Leave A Reply

Your email address will not be published.