ASO ପରୀକ୍ଷାରେ ବ୍ୟାପକ ତ୍ରୁଟି ଅଭିଯୋଗ, ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ

କଟକ, ୧୦।୧୧: ଓଡିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି ପକ୍ଷରୁ କରାଯାଇଥିବା ଏଏସଓ ବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷାରେ ବ୍ୟପକ ତ୍ରୁଟି ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଓଡିଶା ଲୋକ ସେବା ଆୟୋଗ ସମ୍ମୁଖରେ ବସି ନିରବ ପ୍ରତିବାଦ କରାଯାଇଛି ।

ପରୀକ୍ଷା ଦେଇନଥିବା ପିଲା ପରୀକ୍ଷାରେ ପାସ କରିବା, ମାର୍କସିଟ, କଟଅଫ ମାର୍କ ଆସିବାରେ ବିଳମ୍ବ ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ଦାବି କରାଯାଇଛି । ଅନ୍ୟପଟେ ଲୋକ ସେବା ଆୟୋଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

nis-ad
Leave A Reply

Your email address will not be published.