ଭର୍ଚୁଆଲରେ ହେବ ଧବଳେଶ୍ୱରଙ୍କ ଦର୍ଶନ

ଆଠଗଡ଼ ୦୨।୧୧ : ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶନ କରିବେ ଭକ୍ତ । ଖାସ୍‌ ଏଥି ଲାଗି ହିଁ ଭକ୍ତଙ୍କ ପାଇଁ ହେବ ବଡ଼ ଏଲ୍‌ଇଡିର ଲାଇଟର ବ୍ୟବସ୍ଥା । ଧବଳେଶ୍ୱରୀ ପୀଠକୁ କୌଣସି ଭକ୍ତ ଯାଇପାରିବେନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କଟକଣା ଲାଗିଥିବା ସମୟରେ କେବଳ ବ୍ରାହ୍ମଣମାନେ ହିଁ ମନ୍ଦିର ଭିତରକୁ ଯାଇପାରିବେ ଏବଂ ଠାକୁରଙ୍କ ପୂଜାର୍ଚନା କରିବେ ।ସମସ୍ତଙ୍କ ସହିତ ଆଲୋଚନା ପରେ ମେଳା ପାଇଁ ଜାଗା ଚିହ୍ନଟ କରାଯିବେ । ସମସ୍ତ ପ୍ରସ୍ତୁତି ସହ ସେହି  ଜାଗାରେ ମେଳା କରାଯିବ । ଧବେଶ୍ୱର ପୀଠରେ ସ୍ଥିତି ନେଇ ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ ।

ସୂଚନାଯୋଗ୍ୟ ଯେ, ଗୁଜୁରାଟରେ ହୋଇଥିବା ମୋରବି ପୋଲ ଟ୍ରାଜେଡି ପରେ ଆକ୍ସନକୁ ଆସିଥିଲେ ପ୍ରଶାସନ । ସୋମବାର ଦିନ ପ୍ରଶାସନ ପକ୍ଷରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଉପରେ ଯିବାଆସିବା ପାଇଁ କଟକଣା ଜାରି କରିଥିଲେ । ଏହାବ୍ୟତୀୟ ୧୪୪ ଧାରା ମଧ୍ୟ ଲାଗୁକରିଥିଲେ । ଏତେ ସଂଖ୍ୟାରେ ଭକ୍ତଙ୍କୁ ନେଇ ଡଙ୍ଗାରେ ନଦୀ ପାର୍‌ ହେବା ଅସମ୍ଭବ ଥିଲା । ତେଣୁ ପ୍ରଶାସନ ପକ୍ଷରୁ ଧବଳେଶ୍ୱର ପୀଠକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଧବଳେଶ୍ବର ପୀଠର ସ୍ଥିତି ନେଇ ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ ।

nis-ad
Leave A Reply

Your email address will not be published.