ପିଓକେରେ ଅତ୍ୟାଚାର ପାଇଁ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡ଼ିବ: ରାଜନାଥ ସିଂହ

ନୂଆଦିଲ୍ଲୀ: ପାକିସ୍ତାନ ପିଓକେରେ ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଛି। ଏହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି। ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ ପାକିସ୍ତାନ ପିଓକେରେ ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଛି ଏବଂ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଜମ୍ମୁ କଶ୍ମୀର ଏବଂ ଲଦାଖର ବିକାଶ କେବଳ ଗିଲଗିଟ-ବାଲ୍ଟିସ୍ତାନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।

ସୌର୍ଯ୍ୟ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜନାଥ ସିଂହ କହିଛନ୍ତି ଯେ ଆମେ ଜମ୍ମୁକଶ୍ମୀର ଏବଂ ଲଦାଖର ବିକାଶ ଯାତ୍ରା ଆରମ୍ଭ କରିଛୁ। ଆମେ ଯେତେବେଳେ ଗିଲଗିଟ-ବେଲୁଚିସ୍ଥାନରେ ପହଞ୍ଚିବୁ ସେତେବେଳେ ଲକ୍ଷ୍ୟ ପୂରଣ ହେବ। ୧୯୪୭ ମସିହାର ଆଜିର ଦିନରେ ଭାରତୀୟ ବାୟୁସେନା ଶ୍ରୀନଗରରେ ଅବତରଣ କରିଥିଲା। ତେଣୁ ଏହି ଦିନକୁ ସୌର୍ଯ୍ୟ ଦିବସ ଭାବରେ ପାଳନ କରାଯାଏ।

ରାଜନାଥ ସିଂ କହିଛନ୍ତି ଯେ ପାକିସ୍ତାନ ସାଧାରଣ ଲୋକଙ୍କ ଉପରେ ଯେଉଁ ଅତ୍ୟାଚାର କରୁଛି, ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡିବ। ରାଜନାଥ କହିଛନ୍ତି ଯେ ଆତଙ୍କବାଦର କୌଣସି ଧର୍ମ ନାହିଁ। ପାକିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ବ୍ୟବହାର କରୁଛି। ସେହିପରି ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେମାନେ ସମ୍ମୁଖୀନ ହେଥିବା ଭେଦଭାବକୁ ସମାପ୍ତ କରାଯାଇଛି।

nis-ad
Leave A Reply

Your email address will not be published.