ଏନୱାଇକେର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲା ସାଲୁଙ୍କି ଡେମ, ଓ ପକାଡାଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା ତଥା ରାଜ୍ୟ ବାହାରରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହିତ ଭୋଜି ଭାତ କରି ପରିବେଶକୁ ଦୂଷିତ କରି ଥାନ୍ତି l ଏହି ପର୍ଯ୍ୟଟନ ସ୍ଥଳୀକୁ ସ୍ଵଛ ଓ ସୁନ୍ଦର ରଖିବା ପାଇଁ ନେହରୁ ଯୁବ କେନ୍ଦ୍ର ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସହକର୍ମୀ ସତ୍ୟବାନ ଦଳବେହେରା ଙ୍କ ନେତୃତ୍ୱରେ ସ୍ବେଛାସେବୀ ମାନଙ୍କ ମଧ୍ୟ ରେ ସୋନାଲି ଡିଗାଲ , ରୀତିମା ବାଘ , ମେଘାରା ଣୀ ମହାପାତ୍ର, ଚନ୍ଦ୍ରମଣୀ ଦେହୁରୀ, ସିବେନ୍ଦ୍ର ଡିଗାଲ, ଓ କମଳ ଲୋଚନ ଦେହୁରୀ , ମିନି କଂହର ପ୍ରମୁଖ, ସୁଭଦ୍ରା ମଲ୍ଲିକ, ଚନ୍ଦନ ପୃଷ୍ଟି, ସୁଭଦ୍ରା ମଲ୍ଲିକ, ବନିତା ମଲ୍ଲିକ,ଦିଗବିଜୟ ପ୍ରଧାନ,ପର୍ଯ୍ୟଟନ ସ୍ଥଳୀ ରେ ପଡ଼ିଥିବା ଅଳିଆ ଆବର୍ଜନା ଯଥା ଜରି, ସୋଲପ୍ଲେଟ କାଚ ବୋତଲ ଇଦ୍ୟାଦି କୁ ସଫା କରି ପରିଷ୍କାର ପାରିଛନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନ ମଧ୍ୟ ଜାରି ରହିବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଅବଗତ କରି ଥିଲେ l

nis-ad
Leave A Reply

Your email address will not be published.