ଧଉଳିରେ ଗଛ କଟାକୁ ନେଇ ଉଦ୍‌ବେଗ, ୧୦ ଗୁଣା ଗଛ ଲଗାଇବାକୁ ଦାବି

ବାଲିପାଟଣା,୨୬/୧୦: ଧଉଳିରେ ଯେତିକି ଗଛ କାଟିଛ ତାର ଦଶଗୁଣା ଗଛ ଲଗାଅ । ନହେଲେ ମାମଲା କୋର୍ଟକୁ ଯିବ । ଏଭଳି କହିଛନ୍ତି ପକୃତିପ୍ରେମୀ ତଥା ପ୍ରେରଣାଗ୍ରୀନ୍‌ ଆର୍ମୀର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ । ଧଉଳି ସୌନ୍ଦର୍ଯ୍ୟକରଣ ଆଳରେ ଶାନ୍ତିସ୍ତୁପ ଚତୁପାର୍ଶ୍ବରେ ଥିବା ଶହଶହ ଗଛ କଟାଯାଇଛି । ଯାହାକୁ ନେଇ ବିରୋଧି ଦଳମାନେ ବିରୋଧ କରିଛନ୍ତି ।

ଆଜି ପକୃତିପ୍ରେମୀ ତଥା ପ୍ରେରଣା ଗ୍ରୀନ୍‌ ଆର୍ମୀର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଧଉଳିରେ ପହଂଚି ପରିସ୍ଥିତି ଦେଖିବା ପରେ ଏହାକୁ ନିନ୍ଦାକରିଛନ୍ତି । ଠିକାସଂସ୍ଥା ଅମାନୁଷିକ ଭାବେ ଶହଶହ ଗଛ କାଟିଦେଇଛି । ଏହି କ୍ଷତିର ଭରଣା ପାଇଁ ଯେତିକି ଗଛ କଟା ଯାଇଛି ତାର ଦଶ ଗୁଣା ଗଛ ତୁରନ୍ତ ଲଗାଇବା ପାଇଁ ସେ ଦାବି କରିଛନ୍ତି । 

nis-ad
Leave A Reply

Your email address will not be published.