ବୁଗୁଡା ବ୍ଳକରେ କୃଷିରଥ ପରିକ୍ରମାର ଶୁଭାରମ୍ଭ 

ବୁଗୁଡା : କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓଡିଶା ସରକାରଙ୍କ ସଘନ କୃଷି ସଂପ୍ରସାରଣ ଯୋଜନା ୨୦୨୧-୨୨ ଆନୁକୂଲ୍ୟରେ ବୁଗୁଡା ବ୍ଳକ କୃଷି କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଶ୍ରୀ ବଳଦେବ ସ୍ବାମୀଙ୍କ ମନ୍ଦିର ସମ୍ମୁଖରେ ଆଜି କୃଷିରଥ ପରିକ୍ରମାର ଶୁଭାରମ୍ଭ ହୋଇଯାଇଛି। ଏହାକୁ ବ୍ଳକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବଂ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଆତ୍ମାର ଅଧ୍ଯକ୍ଷ ମୁକୁନ୍ଦ ନାୟକ, ସଂସଦ ପ୍ରତିନିଧି କବିରାଜ ଗୌଡ, ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢି, ଭଗବାନପୁର ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ,ଏନ୍ଏସି ସଂସଦ ପ୍ରତିନିଧି ବସନ୍ତ କୁମାର ଦଳାଇ, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।  ଉକ୍ତ କୃଷି ରଥ ବ୍ଳକର ସମସ୍ତ ପଞ୍ଚାୟତ ପରିକ୍ରମା କରି ଲୋକନୃତ୍ଯ ଓ ଛାୟାଚିତ୍ର ମାଧ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ଯୋଜନା ସଂପର୍କରେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ବୋଲି ସହ-କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଓ ସ୍ବାଗତିକା ପତି ସୂଚନା 
ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମ୍ଯ କୃଷି କର୍ମଚାରୀ ଅଶୋକ ସେଠୀ, ଅଜୟ ସାହୁ,ଉପେନ୍ଦ୍ର ଶତପଥୀ, ସତ୍ଯଜିତ୍ ଶତପଥୀ ଏବଂ ସହକାରୀ ବୈଷୟିକ ସହାୟକ ଅମରେନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ନିତ୍ଯ ନିରଞ୍ଜନ ବିଷୋୟୀ , ଅରୁଣ କୁମାର ସାହୁ ଓ ଅବିନାଶ ପାତ୍ର ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.