ସରପଞ୍ଚ ମାନଙ୍କ ପାଇଁ ୫ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ

ଦାରିଙ୍ଗବାଡ଼ି, ୨୬/୧୦ : ଦାରିଙ୍ଗବାଡ଼ି ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନ ସଭାଗୃହରେ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ପ୍ରତିଷ୍ଠାନ ପକ୍ଷରୁ ସରପଞ୍ଚ ମାନଙ୍କ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦାରିଙ୍ଗବାଡ଼ି ଓ ରାଇକିଆ ବ୍ଳକର ୩୭ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଯୋଗଦେଇଛନ୍ତି । ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ପ୍ରଶିକ୍ଷକ ସୂର୍ଯ୍ୟମଣି ପଣ୍ଡା ,ବିଶ୍ୱରଞ୍ଜନ କର ଯୋଗଦେଇ ଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ଚୁମ୍ବକରେ ବକ୍ତବ୍ୟ ପ୍ରଦାନ କରି ସମସ୍ତ ସରପଞ୍ଚ ଓ ଅତିଥିଙ୍କୁ ସୂଚନା ଦେବା ସହ ସ୍ୱାଗତ କରିଥିଲେ। ବିଡିଓ ଶ୍ରୀଯୁକ୍ତ ପାତ୍ର ତାଙ୍କ ଭାଷଣରେ ସମସ୍ତ ସରପଞ୍ଚ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶିକ୍ଷଣର ଆଭିମୁଖ୍ୟ ଓ ଗୁରୁତ୍ୱ ନେଇ ବକ୍ତବ୍ୟ ରଖି ପ୍ରଶିକ୍ଷଣ ସରପଞ୍ଚ ମାନଙ୍କ ଦକ୍ଷତା ବୃଦ୍ଧି କରିବା ସହ ପଞ୍ଚାୟତର ବିକାଶ କରିବାରେ ସହାୟକ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ଓ ଜିଲ୍ଲା ପରିଷଦ ପରିଚାଳନା କରିଛନ୍ତି । ପାଞ୍ଚ ଦିନରେ ଜିଲ୍ଲାର ବିଭିନ୍ନ ବିଭାଗର ମୁଖ୍ୟ ମାନେ ଯୋଗଦେଇ ନିଜ ନିଜ ବିଭାଗରେ ହେଉଥିବା ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇ ଆଲୋଚନା ମାଧ୍ୟମରେ ଦକ୍ଷତା ବୃଦ୍ଧି କରିବାର କାର୍ଯ୍ୟକ୍ରମ ରହିଛି । ପାଞ୍ଚ ଦିନ ମଧ୍ୟରୁ ଗୋଟିଏ ଦିନ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି ।

nis-ad
Leave A Reply

Your email address will not be published.