ଗଞ୍ଜାମ ଜିଲ୍ଲା ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଗଠନ ପକ୍ଷରୁ ଜାତୀୟ ଆୟୁର୍ବେଦ ଦିବସ ପାଳିତ

ବ୍ରହ୍ମପୁର : ଗଂଜାମ ଜିଲ୍ଲା ସରକାରୀ ଆୟୁର୍ବେଦ ଚିକିତ୍ସା ଅଧିକାରୀ ଙ୍କ ବ୍ରହ୍ମପୁର କାର୍ଯାଳୟରେ ଆୟୋଜିତ ଧନ୍ବନ୍ତରୀ ଜୟନ୍ତୀ ତଥା ଜାତୀୟ ଆୟୁର୍ବେଦ ଦିବସ ରେ ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ମୁଖ୍ଯ ବକ୍ତା ଭାବେ ଯୋଗଦାନ କରି ସାଂପ୍ରତିକ ସମୟରେ ମାନବ ସମାଜ ପାଇଁ ଆୟୁର୍ବେଦ ଚିକିତ୍ସା ର ଗୁରୁତ୍ବପୂର୍ଣ୍ଣ ଦିଗ ଗୁଡିକ ସମ୍ବନ୍ଧ ରେ ଆଲୋଚନା କରି ଥିଲେ । ପ୍ରତ୍ୟେକ ଦିନ ପ୍ରତ୍ୟେକ ଘରେ ଆୟୁର୍ବେଦ ଚିକିତ୍ସା ବିଚାର ସଂପର୍କ ରେ ବିସ୍ତୃତ ଭାବେ ବକ୍ତବ୍ୟ ରଖିଥିଲି । ସରକାରସ୍ତରରେ ଆୟୁର୍ବଦିକ୍ ଡାକ୍ତର ଙ୍କୁ ଉଚିତ ସମ୍ମାନ ଅଭାବ ରହିଛି ଏହି ବିଚାର କାରଣ ରୁ ରାଜ୍ୟ ରେ ସାତ ହଜାର ଆୟୁରବେଦିକ ଡାକ୍ତର ଙ୍କ ଭବିଷ୍ୟତ ବିପନ୍ନ। ମହାମାରୀ ସମୟରେ ର ଗୁରୁ ଦାୟିତ୍ବ ଗ୍ରହଣ କରିବା ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଆୟୁଷ ଡାକ୍ତର ଙ୍କ ଶ୍ରମ ଓ ସାଧନା ଆମ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହି ଥିଲେ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ।

ଆୟୁର୍ବେଦ ଚିକିତ୍ସକ ଙ୍କୁ ସମ୍ବୋଧିତ କରି ଅତିଥି ବରିଷ୍ଠ ଭେଷଜ ଚିକିତ୍ସକ ପ୍ରଫେସର ପି ସି ସାହୁ ଆଜି ଯୋଗଦେଇ କହିଥିଲେ ଯେ ଭଗବାନ ଧନ୍ବନ୍ତରୀ ସ୍ବାସ୍ଥ୍ୟ ବିଜ୍ଞାନ ର ଦେବତା। ଆୟୁର୍ବେଦ ଚିକିତ୍ସା ହିଁ ଜୀବନ କୁ ସୁନ୍ଦର ପ୍ରାକୃତିକ ଭାବରେ ଗଢି ମଣିଷ କୁ ଦୀର୍ଘଜୀବି କରିବ। ଆମକୁ ଚରକ ସଂହିତାରେ ବର୍ଣ୍ଣିତ ଅନୁଶାସନ ପାଳନ କରିବା ଆବଶ୍ୟକ। ଆୟୁ ଓ ଏକ ସମୃଦ୍ଧ ସୁଦୀର୍ଘ ସୁସ୍ଥ ଜୀବନ ପାଇଁ ଆୟୁର୍ବେଦ ଚିକିତ୍ସା ବରଦାନ ବୋଲି ପ୍ରଫେସର ପି ସି ସାହୁ କହିଛନ୍ତି। ସମ୍ମାନିତ ଅତିଥି ବରିଷ୍ଠ ଆୟୁର୍ବେଦ ଚିକିତ୍ସକ, ଡା ରାମଚନ୍ଦ୍ର ରଥ ,ଡା ସୁନୀଲ କୁମାର ରଥ ,ଡା ପ୍ରଭାତ କୁମାର ଖାଡଙ୍ଗା ଯୋଗ ଦେଇ ସରକାର ଙ୍କ ଆୟୁଷ ବିଭାଗ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନା କୁ ଠିକ୍ ଭାବେ କାର୍ଯ୍ୟ କରାଗଲେ ଆୟୁର୍ବେଦ ଚିକିତ୍ସକ ଙ୍କ ମର୍ଯ୍ୟାଦା ବଢିବ ଏବଂ ଚିକିତ୍ସା ଲୋକାଭିମୁଖୀ ହେବ ବୋଲି କହିଛନ୍ତି। ଗଂଜାମ ଜିଲ୍ଲା ସରକାରୀ ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡା ରାମଚନ୍ଦ୍ର ବେହେରା ଙ୍କ ସସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା। ଡା ଶିଶିର କାନ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଡାକ୍ତର ଶିଶିର କାନ୍ତ ତ୍ରିପାଠୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲାର ପଚାଶ ରୁ ଉର୍ଦ୍ଧ୍ବ ସରକାରୀ ଆୟୁର୍ବଦିକ୍ ଡାକ୍ତର ଯୋଗ ଦେଇ ଥିଲେ।

nis-ad
Leave A Reply

Your email address will not be published.