ଡକାୟତି ଯୋଜନା ପଣ୍ଡ, ୭ ଡକାୟତ ଗିରଫ

ହିଞ୍ଜିଳିକାଟୁ ୨୨।୧୦: ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବ୍ରହ୍ମପୁର ରୋଡ ଚୈତନପଡା ଗ୍ରାମ ବିଶ୍ରାମଗାର ରେ ଡକାୟତି ପାଇଁ ଯୋଜନା କରୁଥିବା କିଛି ଯୁବକଙ୍କୁ କାବୁ କରିଛି ପୋଲିସ। ପୋଲିସର ଚଢ଼ାଉ ବେଳେ ସେଠାରୁ ୭ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁଦୁଇଗୋଟି ସିଙ୍ଗଲ ସଟ ପିସ୍ତଲ, ଦୁଇଟି ଖଣ୍ଡା, ୪ ଗୋଟି ହାତ ଭିଡା ବମ, ଦିଆସିଲି, ସିଗାରେଟ୍ ପକେଟ, ୭ ଗୋଟି ହାଫ ମୁଖା, ରମ ମଦ ବୋତଲ ସହ ଲଙ୍କାଗୁଣ୍ଡ ପକେଟ ଭଳି ବହୁ ମାରଣାସ୍ତ୍ର ଜବତ କରିଛି ହିଞ୍ଜିଳି ପୋଲିସ।

ତେବେ ଗିରଫ ଡକାୟତ ମାନେ ହେଲେ ହିଞ୍ଜିଳି ଥାନା ଅଞ୍ଚଳର ହିଞ୍ଜିଳି କେନାଳ ସାହି ର ଚିଣ୍ଟୁ ଦାଶ (୨୨),ହିଞ୍ଜିଳି ସାନସାହି ର ଲିପୁ ଦାଶ,( ୨୦) ,ପି ରାମଚନ୍ଦ୍ରପୁର ଗ୍ରାମର କାଳିଆ ସେଠି(୨୦) ହିଞ୍ଜିଳି ଠାକୁରାଣୀ ସାହି ର ଶୁଭମ ଦାଶ( ୧୯) ,ଶାସନ ଆମ୍ଵଗାଁ ଶିବମନ୍ଦିର ସାହି ବାଲାଜି ଗୌଡ) ((୨୭) ,ହିଞ୍ଜିଳିକାଟୁ ନୁଆଗଡ ଗ୍ରାମ ହରିଜନ ସାହିର ଗୟା ଦାଶ (୨୭) ,ଶିକିରି ଗ୍ରାମ ନୁଆ ସାହିର ହିନ ସାମଲ (୨୯)। ଅଭିଯୁକ୍ତମାନନେ ଚୈତନପଡା ବିଶ୍ରାମଗାର ରେ ରାସ୍ତାରେ ଯାଉଥିବା ଯାତ୍ରୀ ଓ ନିକଟ ଵର୍ତି ଅଚଂଳରେ ଡକାୟତି କରିବା ନିମନ୍ତେ ଜୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୋଲିସର ଏକ ଟିମ ଅତର୍କିତ ଚଢାଉ କରି କାଵୁ କରିବା ସହ ମାରାଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।ଏ ନେଇ ହିଞ୍ଜିଳି ଥାନାରେ ନଂ ୫୭୫।୨୨ ରେ ମାମଲା ରୁଜୁ ହୋଇଛି ।ଅଭିଯୁକ୍ତ ମାନଙ୍କୁ ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ।

nis-ad
Leave A Reply

Your email address will not be published.