କଳାକାର ଟିଏର ବିୟୋଗ ସମାଜର ଏକ ଅପୂରଣୀୟ କ୍ଷତି ସାଧନ : ବରିଷ୍ଠ କଳାକାର ସଂଘ…

ବ୍ରହ୍ମପୁର, ତା. ୨୨/୧୦ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ନାଟ୍ୟ ସଂଘ ଦକ୍ଷିଣାଞ୍ଚଳ ସମ୍ଭାଗ ଉପସଭାପତି ଇଂ. ମନୋଜ ଦଣ୍ଡପାଟ, ବରିଷ୍ଠ ଅଭିନେତା ତଥା ଶିକ୍ଷାବିତ୍ ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଳାକାରଟିଏର ବିୟୋଗରେ କିଭଳି ସମାଜର ଅପୂରଣୀୟ କ୍ଷତି ସଂଗଠିତ ହୋଇଥାଏ ସେ ସମ୍ପର୍କରେ ସବିଶେଷ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ରାମ ନାଟକ ଗୁରୁ ନରସିଂହ ମଲ୍ଲିକ, ନାଟ୍ୟ ନିର୍ଦ୍ଦେଶକ ଦୂର୍ଗା ରାଓ, ଦକ୍ଷ ନାଟ୍ୟ ପରିଚାଳକ ବି. ନାଗେଶ୍ଵର ରାଓ ପ୍ରମୁଖ ଦିବଂଗତ ତ୍ରୟ କଳାକାରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ସହ ସେମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା ।
ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ତ୍ରୟୀ ଦିବଂଗତ କଳାକାରଙ୍କ କଳାକାର ଜୀବନୀର ସିଂହାବଲୋକନ କରିଥିଲେ । ଏହି ଅବସରରେ ଅରୁଣ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଶ୍ରୀଶ୍ରୀ ଲକ୍ଷ୍ମୀ ନରସିଂହ ନାଟ୍ୟ ସଂଘର କଳାକାରମାନେ ରାବଣ ଦର୍ପ ଦଳନ ବା ରାମ ନାଟକ, ପୁଟବଗଡ ମା’ ସନ୍ତୋଷୀ ନାଟ୍ୟ ସଂସଦ ପ୍ରଯୋଜିତ ତଥା ଗୁରୁ ଯୁଦ୍ଦିଷ୍ଠୀର ନାହାକ ନିର୍ଦ୍ଦେଶିତ ଲୋକ ନାଟକ ରାଧା ପ୍ରେମ ଲୀଳା ଏବଂ ଗୁରୁ ହୃଷୀକେଶ ହୋତାଙ୍କ ପ୍ରଚେଷ୍ଟାରେ ଖାରିଆଗୁଡା ନାଟ୍ୟ ଦଳର କଳାକାରମାନେ ସାମାଜିକ ନାଟକର କିଛି କିଛି ଅଂଶ ପ୍ରଦର୍ଶନ ସହ ଦିବଂଗତ କଳାକାରଙ୍କ ଉଦ୍ଦେଶ୍ୟରେ ନାଟ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସର୍ବଶ୍ରୀ ସୁବାସ ଚନ୍ଦ୍ର ସାହୁ ମାମା, ପ୍ରଫୁଲ୍ଲ କୁମାର ନାୟକ, ପ୍ରଦୀପ କୁମାର ସାହୁ, ଜି. କାମରାଜୁ ପାତ୍ର, ମହେନ୍ଦ୍ର କୁମାର ସାହୁ, ଉଲ୍ଲାସ ପଣ୍ଡା, ରବୀନ୍ଦ୍ର ପ୍ରଧାନ, ଭାଗିରଥି ବେହେରା, ହରେକୃଷ୍ଣ ମହାରଣା, ମହାଦେବ ମହାନ୍ତି, ଭାଗିରଥି ବେହେରା, ସନ୍ତୋଷ ଜେନା, ଏସ୍. ରାଜେନ୍ଦ୍ର ରେଡ୍ଡୀ, ରବୀନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ନାଟ୍ୟ ନିର୍ଦ୍ଦେଶକ ସୁଦାମ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.