କୂମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ…

ମାଲକାନଗିରି :ମାଲକାନଗିରି ଜିଲ୍ଲା ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଛି । ଦୀର୍ଘ ଦିନ ଅପେକ୍ଷା ପରେ ଚଳିତ ମାସ ୧୯ ତାରିଖ ଦିନ ମାଲକାନଗିରି ଏସ ଓ ଜି ଜବାନ ମାନେ ମାଓ ବିରୋଧୀ ଅଭିଯାନ ନିମନ୍ତେ ତୁଳସୀ ପାହାଡ଼ ଅଭିମୁଖେ କୁମିଙ୍ଗ ଅପରେସନ ଆରମ୍ଭ କରିଥିଲେ । ତୁଳସୀ ପାହାଡ଼ ଅନ୍ତର୍ଗତ କଟୁଆପଦର ଗାଁ ନିକଟ ଜଙ୍ଗଲରେ କୁମିଙ୍ଗ କରିବା ସମୟରେ ମାଟି ତଳୁ ପୋତା ହେଇଥିବା କିଛି ମାଓ ସାମଗ୍ରୀ ପାଇଥିଲେ । ଏହି ମାଓ ସାମଗ୍ରୀ ମଧରେ ମାଓ ପୁସ୍ତିକା , 2 ଟି ବନ୍ଧୁକ , 6 ଟି ଆଇ ଡି ବୋମା , କିଛି ଔଷଧ ମଧ୍ୟ ଜବତ ହୋଇଥିଲା। ଏହି ଜବତ ସାମଗ୍ରୀ ମଧ୍ୟରେ ବିପୁଳ ମାତ୍ରା ରେ ଗର୍ଭ ନିରୋଧକ ଔଷଧ ମିଳିଥିଲା । ଯାହାକି ମହିଳା ମାଓବାଦୀ ମାନଙ୍କୁ ବଡ ବଡ କ୍ୟାଡର ମାନେ ଅଧିକ ମାତ୍ରାର ଶୋଷଣ କରୁଥିବା ଜଣା ପଡୁଛି । ତେବେ ମାଲକାନଗିରି ଜିଲ୍ଲାରୁ ଅନେକ ଅଞ୍ଚଳ ମାଓ ମୁକ୍ତ ହୋଇଥିବା ବେଳେ ଅନେକ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ ମଧ୍ୟ କରିଛନ୍ତି । ତେବେ ଯେଉଁ ମାନେ ବର୍ତମାନ ମାଓ କାର୍ଯ୍ୟ କଳାପରେ ଲିପ୍ତ ଅଛନ୍ତି ସେମାନେ । ମାଓ କାର୍ଯ୍ୟ କଳାପ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏସଡିପିଓ ଶୁଭେନ୍ଦୁ ପାତ୍ର ଆହ୍ୱାନ ଦେଇଛନ୍ତି ।

nis-ad
Leave A Reply

Your email address will not be published.