ବ୍ରହ୍ମପୁର ରିଜର୍ଭ ପୋଲିସ ପଡିଆରେ ୬୩ ତମ ପୋଲିସ ସହିଦ ଦିବସ ପାଳିତ…

ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି…

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲା ଆମ୍ବପୁଆ ରିଜର୍ଭ ପୋଲିସ ପଡିଆ ଠାରେ ୬୩ ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ଭୋଇ (ଆଇ. ପି. ଏସ ) ଓ ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼. ସରବଣା ବିବେକ ଏମ (ଆଇ. ପି. ଏସ ) ଙ୍କ ସହ ଜିଲ୍ଲାର ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଦେଶରେ ଶାନ୍ତି ସୁଙ୍ଖଳା ରକ୍ଷା

କରିବାରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । କୋରନା ଭଳି ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ତେବେ ନିଜ କର୍ତ୍ତବ୍ୟ ତୁଲାଇବା ସମୟରେ ଦେଶରେ ଅନେକ ପୋଲିସ ନିଜ ଜୀବନ ହରାଇ ସହିଦ ହୋଇଛନ୍ତି । ସେହି ସହିଦ ମାନଙ୍କୁ ମାନ୍ୟବର ଶ୍ରୀଯୁକ୍ତ ସତ୍ୟବ୍ରତ ଭୋଇ ଶ୍ରଦ୍ଧାଞ୍ଜଳି ସୁମନ ଜଣାଇବାସହ ପୁଷ୍ପମାଳ ଦେଇ ସେମାନଙ୍କ ବିରତ୍ବ ସମ୍ବନ୍ଧରେ ଆଲୋଚନା କରିଥିଲେ । ଆଜିର ଏହି ସହିଦ ଦିବସରେ ଅନେକ ବରିଷ୍ଠ ଅଧିକାରୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.