ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାପ୍ତାହିକ ହାଟର ପରିକଳ୍ପନା…

ଏକ ନିଆରା ଦୃଷ୍ଟାନ୍ତ…

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ର କେଳାପଡା ଗ୍ରାମ ପଞ୍ଚାୟତର ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ଠାକୁର ବେହେରାଙ୍କ ପ୍ରେରଣାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ତା ୧୮.୧୦.୨୦୨୨ ରିଖ ବିଦ୍ୟାଳୟ ପ୍ରାଗଂଣ୍ରେ ସାପ୍ତାହିକ ହାଟର ପରିକଳ୍ପନା କରାଜାଇଥିଲା ।ଏହି ହାଟରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ପସରା ପକାଇ ବ୍ୟବସାୟ କରିବା ଅରମ୍ଭ କରିଥିଲେ ଓ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ମାନେ ଆବଶ୍ୟକ ଜିନିଶ ପତ୍ର ଓ ପନିପରିବା କିଣୁଥିଲେ । ଏହି ହାଟ ବ୍ୟବସାୟ କିଣା ବିକା ରେ ଛାତ୍ର ଛାତ୍ରୀ ମାନେ ବହୁତ ଅନନ୍ଦ ଥିବା ପରିଲଖିତ ହେଉଥିଲା । ନୁଆ ବିଷୟ ବସ୍ତୁ ହୋଇଥିବାରୁ ଛାତ୍ର ଛାତ୍ରକଂ ମନରେ ଭାବପ୍ରବଣତା ଓ କୌତୁହଳ ଥିବା ଦେଖିବାକୁ ମିଳିଥିଲା । ଏହି ହାଟ ପରିକଳ୍ପନାରୁ ଛାତ୍ର ଛାତ୍ରୀମାନେ ବଟକରା ୫୦ ଗ୍ରାମ ଠାରୁ ଆରମ୍ବ କରି କିଲୋଗ୍ରାମ ପର୍ଯ୍ୟନ୍ତ ଜାଣି ପାରିଲେ । ଓଜନ ସମନ୍ଧିୟ ଜ୍ଞାନ, କିଣାବିକା ସମୟରେ ନୋଟ ଚିହ୍ନବା , ମିଶାଣ ଫେଡାଣ ସମ୍ବନ୍ଧୀୟ ଗ୍ୟାନ ଆହରଣକରିଥିଲେ । ଅନ୍ୟ ପକ୍ଷରେ ସହକାରୀ ଶିକ୍ଷୟତ୍ରୀ ସାବିତ୍ରୀ ବିଶୋଇ , ତନ୍ମୟା ମହାନ୍ତି ‘ ସ୍ନିଦ୍ଧାରାଣୀ ପଟ୍ଟନାୟକ ମମତା ମହାକୁଡ ତଥା ଅନ୍ୟ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀଙ୍କୁ ଗାଇଡ୍ କରୁଥିଲେ ଏବଂ ସହଯୋଗ କରୁଥିଲେ । କିଛି ସମୟ ପାଇଁ ଛାତ୍ରଛାତ୍ରୀ ମାନେ ହାଟ ଗହଳି ଭିତରେ ଖୁସିରେ ସମୟ ବିତାଇବା ସହ ଗଣିତ ଜ୍ଞାନ ଶିଖି ପାରିଥିଲେ । ପ୍ରଧନ ଶିକ୍ଷକ ଙ୍କର ଏହି ଶିକ୍ଷାଦାନ ଉଦ୍ୟମକୁ ଅବିଭାବକ ମହଲରେ ପ୍ରଶଂସା କରାଯାଇଛି l

nis-ad
Leave A Reply

Your email address will not be published.