ପୋଲିସ ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ 63 ତମ ପୋଲିସ ସହିଦ ଦିବସ ପାଳିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆରକ୍ଷ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ 63 ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ ୱାଧ୍ୱନି ଙ୍କ ସହ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଦେଶରେ ଶାନ୍ତି ସୁଙ୍ଖଳା ରକ୍ଷା କରିବା ରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । କୋରନା ଭଳି ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ତେବେ ନିଜ କର୍ତ୍ତବ୍ୟ ତୁଲାଇବା ସମୟରେ ଦେଶରେ ଅନେକ ପୋଲିସ ନିଜ ଜୀବନ ହରାଇ ସହିଦ ହୋଇଛନ୍ତି । ସେହି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ସୁମନ ଜଣାଇବାସହ ସେମାନଙ୍କ ବିରତ୍ବ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଆଜିର ଏହି ସହିଦ ଦିବସରେ ଅନେକ ବରିଷ୍ଠ ଅଧିକାରୀ ଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.