ରାଇଘର ଗିରି ମହାରାଜ ଜୁଏଲାରୀରୁ ଚୋରୀ…

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ରାଇଘରରେ ଏକ ଅଭାବନୀୟ ଘଟଣା ଆଜି ସାମ୍ନାକୁ ଆସିଛି । ଏଠାରେ ଥିବା ଗିରି ମହାରାଜ ଜୁଏଲାରୀ ସୁନା ଦୋକାନରୁ କେହି ଦୁର୍ବୁର୍ତ୍ତ ଦୋକାନର ପଛ ପଟ ଝରକା ଭାଙ୍ଗି ଅନେକ ଗହଣା ଚୋରି କରିନେଇଥିବା ଦେଖିବାକୁ ମିଳିଛି । ଦୋକାନରୁ ଆନୁମାନିକ ଚାରି କିଲୋ ରୁପା ଓ ସୁନା ଗହଣା ଚୋରି ହୋଇଥିବା ସୂଚନା ଅଭିଯୋଗ ରୁ ଜଣାପଡିଛି । ଚୋରି ହୋଇଥିବା ଅଳଙ୍କାରର ଅନୁମାନିକ ମୂଲ୍ୟ ଚାରି ଲକ୍ଷ ହେବ ବୋଲି ଦୋକାନର ମାଲିକ ଉତ୍ପଲ ବାରୋଇ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ଗତ କାଲି ୧୯/୧୦/୨୦୨୨ରେ ସମୟ ଅନୁସାରେ ଦୋକାନ ବନ୍ଦ କରି ଆପରାହ୍ନ ସାତଟା ସମୟରେ ଦୋକାନ ମାଲିକ ଉତ୍ପଳ ଘରକୁ ଫେରି ଯାଇଥିଲେ ଏବଂ ସବୁଦିନ ଭଳି ସକାଳ ସାତଟା ସମୟରେ ଦୋକାନର ସଟର ଖୋଲି ଦେଖିବାକୁ ପାଇଲେ ଯେ ଦୋକାନର ସବୁ ଆସବାବ ପତ୍ର ଏଣେ ତେଣେ ବିଛେଇ ହୋଇ ପଡ଼ିଛି । ଏହା ପରେ ସନ୍ଧାନ କରୁ କରୁ ଦେଖିଲେ ଦୋକାନରେ ଥିବା ସ୍ବର୍ଣ୍ଣ ଅଳଙ୍କାର ସମେତ ରୁପାର ଅଳଙ୍କାର ମଧ୍ୟ କିଛି ନାହିଁ, କେହି ଦୁର୍ବୁର୍ତ୍ତ ଦୋକାନର ପଛ ପଟ ଝରକା ଭାଙ୍ଗି ପଶିବା ସେ ଜାଣିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ରାଇଘର ଥାନାରେ ଏକ ଲିଖିତ ଅଭିଯୋଗ କରି ଏ ସମ୍ପର୍କରେ ସୂଚନା ଦେଲେ । ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଧାରା ୧୯୪ ଅନୁସାରେ ଏକ ମାମଲା ରୁଜୁ କରିଛନ୍ତି । ପରେ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଶବର ଓ ନବରଙ୍ଗପୁରର ଏସ୍କର୍ଟ ଟିମ ଘଟଣା ସ୍ଥଳ ପହଁଞ୍ଚି ଖାନ ତଲାଶୀ କୁକର ସହିତ ଛାନଭିନ ଆରମ୍ଭ କରିଥିଲେ । ଉଲ୍ଲେଖ ଥାଉ କି ଗତ କିଛି ଦିନ ହେବ ରାଇଘର ବ୍ଲକ ସଦର ବଜାରରେ ଚୋର ମାନେ ନିଜର କାୟା ବିସ୍ତାର କରି ଦିନ ଦ୍ବୀପହରେ ମଟର ସାଇକେଲ ଚଳନ୍ତି ଅବସ୍ଥାରେ ଚୋରୀ କରି ନେଇଯିବାର ନଜିର୍ ମଧ୍ୟ ଦେଖିବାକୁ ମିଳୁଛି । ସବୁଠାରୁ ଦୁର୍ଭାଗ୍ୟ ଜନକ ଘଟଣା ଯେ ଗିରି ମହାରାଜ ଜୁଏଲାରୀ ଦୋକାନରେ ସି.ସି. କ୍ୟାମେରା ଥାଇ ମଧ୍ୟ ଚୋର ମାନେ ତାହାକୁ ଅକାମି କରି ନିଜର ଆଧିପଥ୍ୟ ଜାହିର କରି ପୋଲିସ କୁ ଚାଲେଞ୍ଜର ଦେଇ ଚୋରି କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରିରଖିଛି, ଅତିଶୀଘ୍ର ଚୋରୀର ଫର୍ଦାଫାସ କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ..

nis-ad
Leave A Reply

Your email address will not be published.