ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ତାଲିମ କାର୍ଯ୍ୟକ୍ରମ

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ବିଷୟରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜରୁରୀକାଳୀନ ଅଧିକାର ସୁକାନ୍ତ ଚନ୍ଦ୍ର ମିଶ୍ର ଯୋଗ ଦେଇ ସାଇକ୍ଲୋନ ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଏମରଜେନ୍ସି ପ୍ଲାନିଙ୍ଗ ସିଷ୍ଟମ ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୁୟାଁ, ୟୁନିସେଫ୍ ର ଜିଲ୍ଲା ସଂଯୋଜକ ଜୀବନ୍ତ କୁମାର ଛିଞ୍ଚାଣୀ , ଏଲ ଏଣ୍ଡ ଟି ର ରେଡିଓ ଇଂଜିନିୟର ନିତାଇ ମଣ୍ଡଳ, କାମଧେନୁ ସେବା ସମିତି ର ମୁଖ୍ୟ ଟୁନା ମହାରଣା, ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶ ଦାତା ସୁଜିତ୍ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ତାଲିମ ନେଇଥିଲେ ।

nis-ad
Leave A Reply

Your email address will not be published.