ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ଟିକାବାଲି ତରଫରୁ ନାଟକ ମଞ୍ଚସ୍ଥ

ଫୁଲବାଣୀ : ଚଳିତ ଦଶହରା ପାର୍ବଣ ଅବସରରେ ୟୁଥ ୱାରୀୟର ଓ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ଟିକାବାଲିର ମିଳିତ ଆନୁକୂଲ୍ୟରେ ଏକ ହସଲୁହଭରା ସାମାଜିକ ନାଟକ “ସୁଖ କିଣା ଏଠି ଦୁଃଖ ମାଗଣା ” ଟିକାବାଲି ବସଷ୍ଟାଣ୍ଡ ଠାରେ ମଞ୍ଚସ୍ଥ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରଦନ ମଲ୍ଲିକ, ମୁଖ୍ୟ ବ୍ୟକ୍ତା ରୂପେ ବାଳକ ବେହେରା, ଅନ୍ୟତମ ମଞ୍ଚାସିନ ସମ୍ମାନିତ ଅତିଥି ମଧ୍ୟରେ ଜିଲ୍ଲା କଳା ଓ ସଂସ୍କୃତି ଅଧିକାରୀ, ଅକ୍ଷୟ କୁମାର ସେଠି, ପଂଚାୟତ ସମିତି ଅଧକ୍ଷ, ଦିଲୀପ କହଁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ସାଧବଣୀ ନାୟକ, ଜିଲ୍ଲା ପରିଷଦ ଶ୍ରୀମତୀ ନମିତା କହଁର, ଉତ୍କଳ ସାମ୍ବାଦିକ ସଂଘ ସଭାପତି, ସନ୍ତୋଷ କୁମାର ଦାଶ, ଟିକାବାଲି ଶିକ୍ଷକ ସଂଘ ସଭାପତି, ମଧୁସୂଦନ ବେହେରା, ଟିକାବାଲି ବଣିକ ସଂଘ ସଭାପତି, ସୁନୀଲ କୁମାର ଭୋଇ, ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା, ସରପଞ୍ଚ, କୁନ୍ଦୁରୁ ମଲ୍ଲିକ, ସମିତି ସଭ୍ୟ, ମନୋଜ କୁମାର ଦଳବେହେରା,ୟୁଥ ୱାରୀୟାର କନ୍ଧମାଳ ସଭାପତି ତଥା ଉଦୟଗିରି ନଗର ଉପ ଅଧକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ବାଘ ଓ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ଟିକାବାଲି ର ସଭାପତି, ତନୁଜ କୁମାର ଭୋଇ ମଞ୍ଚାସିନ ଅତିଥି ରୂପେ ଉପସ୍ଥିତ ଥିଲେ l, କୁମୁଦ ଚନ୍ଦ୍ର ସାହୁ ଓ ଦୀନକୃଷ୍ଣ ମହାପାତ୍ର ଙ୍କ ଦ୍ୱାରା ମଞ୍ଚ ପରିଚାଳନା କରାଯାଇଥିଲା l ଟିକାବାଲି ତଥା କନ୍ଧମାଳର ସୁପରିଚିତ ନେତା ସ୍ବର୍ଗତ ବରୁଣ ଭୋଇ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ 2 ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହାପରେ ଟିକାବାଲିର ବରିଷ୍ଠ କଳାକାର ଙ୍କ ମଧ୍ୟରେ, ଗୋବିନ୍ଦ ବେହେରା ଓ ଟିକାବାଲି ଅଂଚଳ ର ଜଣାଶୁଣା ମଞ୍ଚ ଉପସ୍ଥାପକ ଶ୍ରୀଯୁକ୍ତ ଦୀନକୃଷ୍ଣ ମହାପାତ୍ର ଙ୍କୁ କଳାକାର ରୂପେ ସମ୍ମାନ ଜଣାଇ ସମ୍ବର୍ଦ୍ଧନା ଦିଆଯାଇଥିଲା lଏହାସହ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ତଥା ସକ୍ରିୟ କାର୍ଯ୍ୟକର୍ତା ରୂପେ ଶ୍ରୀ ଅରବିନ୍ଦ ମହାପାତ୍ର,ଉପସଭାପତି ଶ୍ରୀ ଯୁଗଳ କିଶୋର ପଣ୍ଡା, ସଭାପତି ଶ୍ରୀ ତନୁଜ କୁମାର ଭୋଇ ଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଟିମ ହୁମାନୀଟି ଟିକାବାଲି ସଦସ୍ୟ ଙ୍କ ସ୍ବେଛାସେବୀ କାର୍ଯ୍ୟ ପାଇଁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ମଞ୍ଚାସିନ ଅତିଥି ଙ୍କ ଭାଷଣ ପରେ ନାଟ୍ୟ ପରିବେଷଣ ପରିଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାମାଜିକ ନାଟକ ସୁଖ କିଣା ଏଠି ଦୁଃଖ ମାଗଣା ମଞ୍ଚସ୍ଥ କରାଯାଇଥିଲା l
ସ୍ଥାନୀୟ କଳାକାର ଙ୍କ ବଳିଷ୍ଠ ତଥା ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା l

nis-ad
Leave A Reply

Your email address will not be published.