ଓଡ଼ିଶାରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ

ଭୁବନେଶ୍ବର: ଭୁବନେଶ୍ୱରରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ଆଉ ହାତରେ କମ୍‌ ସମୟ ଥିବାରୁ ସମର୍ଥନ ଯୋଗାଡ଼ କରିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା, ବିଧାୟକ, ରାଜ୍ୟ ପ୍ରଭାରୀ ସ୍ୱାଗତ କରିଛନ୍ତି। ସମସ୍ତଙ୍କ ପ୍ରୋତ୍ସାହନରେ ପ୍ରାର୍ଥି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ଗାନ୍ଧୀ ପରିବାର ତରଫରୁ କେହି ବି ଏଆଇସିସି ସଭାପତି ପ୍ରାର୍ଥୀ ହେବେ ନାହିଁ ।

ଉଦୟପୁରରେ ହୋଇଥିବା ଚିନ୍ତନ ଶିବିରରେ କମିଟିଗୁଡିକ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ତାଙ୍କ ଏଜେଣ୍ଡା ବୋଲି ସେ କହିଛନ୍ତି। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବରିଷ୍ଠ ନେତା ଶଶୀ ଥରୁର । ନିର୍ବାଚନ ପୂର୍ବରୁ ସମର୍ଥନ ଯୋଗାଡ଼ କରୁଛନ୍ତି ଖଡ୍‌ଗେ। ଓଡ଼ିଶାରୁ ୪୨୮ ଜଣ କଂଗ୍ରେସ ନେତା ମତଦାନ କରିବେ। ଆସନ୍ତା ୧୭ ତାରିଖରେ ହେବ ଏଆଇସିସି ଅଧ୍ୟକ୍ଷ ନିର୍ବାଚନ। ୧୯ରେ ଆସବ ଫଳାଫଳ।

nis-ad
Leave A Reply

Your email address will not be published.