‘ସାବରକର’ଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ବିରୋଧ କରି ବିଜେପି କର୍ମୀମାନେ ରାହୁଲଙ୍କ ପୋଷ୍ଟର ଉପରେ ଫିଙ୍ଗିଲେ ଜୋତା

ମୁମ୍ବାଇ: ସାବରକରଙ୍କ ସଂପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅପମାନଜନକ ମନ୍ତବ୍ୟ ବିରୋଧରେ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀମାନେ ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି। ‘ସାବରକର’ ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିବା ନେଇ ରାହୁଲ ଗାନ୍ଧୀ ମନ୍ତବ୍ୟ ଦେବାର ଗୋଟିଏ ଦିନ ପରେ ବିଜେପି ଏହାର ବିରୋଧ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ବିନାୟକ ଦାମୋଦର ସାବରକର ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିଲେ ଏବଂ ଏଥିପାଇଁ ଷ୍ଟାଇପେଣ୍ଡ ପାଇଥିଲେ। ତେବେ, ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀମାନେ ରାହୁଲଙ୍କ ଏହି ମନ୍ତବ୍ୟ ବିରୋଧରେ ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସ୍ୱାଧୀନତା ସଂଗ୍ରାମୀଙ୍କୁ ରାହୁଲ ଗାନ୍ଧୀଙ୍କ ଅପମାନକୁ ବିରୋଧ କରିବା ପାଇଁ ବିଜେପି ନେତା ରାମ କଦମ ରବିବାର ସକାଳେ ମୁମ୍ବାଇରେ ତାଙ୍କ ଦଳର କର୍ମୀଙ୍କ ସହ ରାହୁଲଙ୍କ ବିରୋଧରେ ‘ଜୋ ତା ମାରୋ ଆନ୍ଦୋଳନ’ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ରାମ କଦମ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ଅପମାନଜନକ ମନ୍ତବ୍ୟ ଅତ୍ୟନ୍ତ ଶୋଚନୀୟ, ଏବଂ ଭୟଙ୍କର। ଏଥିପାଇଁ ସେ କ୍ଷମା ମାଗିବା ଉଚିତ। ବାରମ୍ବାର ସେ ଏପରି ମନ୍ତବ୍ୟ ଦେଉଛନ୍ତି ଯାହା ଆଦୌ ଗ୍ରହଣୀୟ ନୁହେଁ।
ଏହି ପ୍ରସଙ୍ଗରେ ଉଦ୍ଧବ ଠାକରେଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହ, କଦମ ପଚାରିଛନ୍ତି ଯେ ଏହି ପ୍ରସଙ୍ଗରେ ଉଦ୍ଧବ ଠାକରେଙ୍କ ଆଭିମୁଖ୍ୟ କ’ଣ? ସେ କାହିଁକି କିଛି କହୁନାହାଁନ୍ତି? ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁନାହାଁନ୍ତି? ସେ ହିନ୍ଦୁତ୍ୱ ପରିତ୍ୟାଗ କରି ବାଲାସାହେବ ଠାକରେଙ୍କ ଆଦର୍ଶ ସହିତ ଆପୋଷ ବୁଝାମଣା କରିଥିଲେ।
ଶନିବାର କର୍ଣ୍ଣାଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଥିଲେ, ଗତ ଥର ମୋର ମନେ ଅଛି ଯେ କଂଗ୍ରେସ ଦଳର ନେତାମାନେ ହିଁ ବ୍ରିଟିଶମାନଙ୍କ ସହ ଲଢିଥିଲେ, ଯିଏ ବର୍ଷ ବର୍ଷ ଜେଲରେ ରହିଥିଲେ। ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ସର୍ଦ୍ଦାର ପଟେଲ, ଏହି ସମସ୍ତ ଲୋକ ବ୍ରିଟିଶମାନଙ୍କ ସହ ଲଢି ନିଜ ଜୀବନ ଦେଇଥିଲେ।
ଇତିହାସର ମୋର ଅଧ୍ୟୟନରେ, ଆରଏସଏସ ବ୍ରିଟିଶମାନଙ୍କୁ ସାହାଯ୍ୟ କରୁଥିଲା। ସାବରକର ବ୍ରିଟିଶମାନଙ୍କ ଠାରୁ ଷ୍ଟାଇପେଣ୍ଡ ପାଉଥିଲେ ଏବଂ ଏଗୁଡ଼ିକ ଐତିହାସିକ ତଥ୍ୟ ଯାହା ବିଜେପି ମଧ୍ୟ ଲୁଚାଇ ପାରିବ ନାହିଁ ବୋଲି କଂଗ୍ରେସ ନେତା ରାହୁଲ କହିଥିଲେ।

nis-ad
Leave A Reply

Your email address will not be published.