ମା କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…


ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର ସ୍ଥିତ କୋଦଭାଟା ସାହିରେ ଥିବା କାଳୀ ମନ୍ଦିରରେ କାଳୀ ପୂଜା ପାଇଁ ମନ୍ଦିର କମିଟି ଆଜି ଏକ ଜରୁରୀ କାଳୀନ ବୈଠକ ଡାକି କାଳୀ ପୂଜାଟି ସୁସ୍ଥ ଓ ଶୃଙ୍ଖଳାରେ ସମାପନ କରାଯାଇ ପାରିବ ତାହାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି , ଏ ବର୍ଷ ନୂଆ କମିଟି ରେ ସଭାପତି ଆଡ଼ଭୋକେଟ ଶ୍ରୀ ତପନ ଗାଇନ, ସମ୍ପାଦକ ପାଇଁ ଅବସର ପ୍ରାପ୍ତ ସୁବେଦର ଶ୍ରୀ ମୃଣାଳ କାନ୍ତି ରାୟ ଓ କୋଷାଧକ୍ଷ ଶିକ୍ଷକ ଶ୍ରୀ କୃଷ୍ଣ ମଣ୍ଡଳ ମନୋନୀତ ହୋଇଛନ୍ତି, କୋଦଭାଟାର ବିଶିଷ୍ଟ ଓ ବରିଷ୍ଠ ଭଦ୍ର ବ୍ୟାକ୍ତି ମାନେ ଏହି ପ୍ରସ୍ତୁତି ସଭାରେ ସର୍ବ ସନମତି କ୍ରମେ ଯୁବକ ଭାଇ ମାନଙ୍କ ଦାୟିତ୍ୱ ଦେବା ସହିତ ଏକନିଷ୍ଟା ସହଯୋଗ ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆ ଗଲା , କାଳୀ ପୂଜାଟି ତିନି ଦିନ ଧରି ଚାଲିବା ପରିପେକ୍ଷି ରେ ବିଭିର୍ଣ୍ଣ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହେବା ପାଇଁ ନିଷ୍ପତ୍ତି ନିଆଗଲା , ପ୍ରଥମ ଦିନରେ ସାନ ସାନ ପୁଅ ଝିଅ ମାନେ ଡ୍ୟାନ୍ସ ପ୍ରୋଗ୍ରାମ ଦ୍ୱିତୀୟ ଦିନରେ ଯାତ୍ରା, ପାଲା ଓ ତୃତୀୟ ଦିନରେ ପୁଣି ଡ୍ୟାନ୍ସ ପ୍ରୋଗ୍ରାମ ସାନ ସାନ ପୁଅ ଝିଅ ମାନଙ୍କ ଦ୍ଵାରା ଉପଦେଷ୍ଟା କମିଟି ନିଷ୍ପତି ନେଲେ, ରାଇଘର ବ୍ଲକର ଉପ -ଚେୟାରମ୍ୟାନ ଶ୍ରୀ ବିଶୁ ସିଲ ଆଜିର ଏହି ପ୍ରସ୍ତୁତି ସଭାର ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.