ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ଲୁଟ୍ ଅଭିଯୋଗ


ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ନିକଟସ୍ଥ ବାଘୁଆ ଠାରେ ଆଜି ଦିନ ଦ୍ବିପ୍ରହରରେ ଜନୈକ ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ତାଙ୍କଠାରୁ ୭୦ ହଜାର ଟଙ୍କା ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ , ନୟାଗଡ ଅଞ୍ଚଳର ଆରବିଏଲ୍ ଫାଇନାନ୍ସ କମ୍ପାନୀ କର୍ମଚାରୀ ରାଜେଶ ମହାପାତ୍ର ଗ୍ରୁପ୍ ଲୋନ୍ ସଂଗ୍ରହ କରିବା ପାଇଁ ଆଜି ବାଇକରେ ବୁଗୁଡ଼ା ଅଞ୍ଚଳକୁ ଆସିଥିଲେ । ବୁଗୁଡା ଥାନା ଅଞ୍ଚଳର ବାଘୁଆ ଠାରେ ପହଞ୍ଚିବା ବେଳକୁ ପୂର୍ବ ପ୍ରସ୍ତୁତି ଅନୁସାରେ ୪ ଜଣ ଅଜଣା ଯୁବକ ତାଙ୍କୁ ଅଟକାଇ ମାଡ ମାରିବା ସହ ତାଙ୍କଠାରୁ ୭୦ ହଜାର ଟଙ୍କା ଲୁଟିନେଇ ଫେରାର୍ ହୋଇଯାଇଥିଲେ । ଏନେଇ ଫାଇନାନ୍ସ କର୍ମଚାରୀ ଜଣକ ବୁଗୁଡ଼ା ଥାନାରେ ଖବର ଦେଇଥିଲେ । ଖବର ପାଇବା କ୍ଷଣି ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ନେତୃତ୍ତ୍ଵରେ ସଦଳବଳେ ଏକ ପୋଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଏହାର ଛାନଭିନ୍ କରୁଥିବା ଜଣାଯାଇଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.