ଅଖଣ୍ଡ ଶାନ୍ତି ଜ୍ଞାନଯଜ୍ଞ ଶିବିର


ଫୁଲବାଣୀ : ଭାରତର ସୁ ପ୍ରସିଦ୍ଧ ସନ୍ଥ ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନ ଜୀ ମହାରାଜଙ୍କ ଅଖଣ୍ଡ ଶାନ୍ତି ଜ୍ଞାନଯଜ୍ଞ ଶିବିର ଫୁଲବାଣୀ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆସନ୍ତା ୯ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି l ପ୍ରତ୍ୟହ ସନ୍ଧ୍ଯା ୬:୩୦ ରୁ ୮:୩୦ ପର୍ଯ୍ୟନ୍ତ ଜ୍ଞାନ ଯୋଗ ପ୍ରବଚନ ନିଶୁଳ୍କ ରହିବ l ଅଦ୍ଭୁତ ଅନୁପମ, ଅପୂର୍ବ ଏହି ଜ୍ଞାନଯଜ୍ଞ ଶିବିରରେ କେବଳ ଶ୍ରବଣ ଦ୍ୱାରା ଜୀବିତ ଅବସ୍ଥାରେ ହିଁ ମୁକ୍ତି ର ଅନୁଭବ କରି ପାରିବେ l ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ଜ୍ଞାନଯଜ୍ଞ ଶିବିରରେ ବେଦ ବେଦାନ୍ତ ଉପନିଷଦ ପୁରାଣ ଚର୍ଚ୍ଚା ସହିତ ସନାତନ ଖାଦ୍ୟ ପଦ୍ଧତି ସମ୍ବନ୍ଧରେ ଶିକ୍ଷା ଦିଆଯିବ l ବିନା ଔଷଧରେ ମୁକ୍ତି ପାଇବା ପାଇଁ ଭାରତର ପ୍ରାଚୀନତମ ବିଦ୍ୟା ଶିକ୍ଷା ଦିଆଯିବା ଫଳରେ ଔଷଧ ମୁକ୍ତ ଜୀବନ ଯାପନ କରିବାର ଶୈଳୀ ପାଇବା ପାଇଁ ଏହି ଶିବିର ଆୟୋଜନ କରାଯାଇଛି l ଫୁଲବାଣୀ ସହରରେ ଏହି ଅନନ୍ୟ ଜ୍ଞାନଯୋଗରେ ସପରିବାର ଯୋଗଦେଇ ଜ୍ଞାନ ଗ୍ରହଣ କରିବାକୁ ଫୁଲବାଣୀର ବେଦାନ୍ତ ସମିତି ତରଫରୁ ନିବେଦନ କରାଯାଇଛି l

nis-ad
Leave A Reply

Your email address will not be published.