ସାତ ଟିକିଆ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ପାଚିଲା ଧାନ ଫସଲ

ତେଲକୋଇ ୦୮/୧୦: କୃଷ୍ଣପୁର ଓ ପଡାଙ୍ଗ ଗାଁରେ ହାତୀପଲଙ୍କ ଆତଙ୍କ । ଲୋକେ ଭୟଭୀତ । ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ପଡାଙ୍ଗ ଓ କୃଷ୍ଣପୁର ଗାଁରେ ହାତୀପଲଙ୍କ ଆତଙ୍କ ସୃଷ୍ଟି କରିଛନ୍ତି । ଏକର ଏକର ପାଚିଲା ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ।

ଏନେଇ ମୁଣ୍ଡରେ ହାତଦେଇ ବସିଛି ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଅର୍ଥ ଖର୍ଚ୍ଚ କରି ଫସଲ ଅମଳ ପାଇଁ ଅନେଇ ବସିଥିବା ଚାଷୀ ଏବେ ହତାଶ ହୋଇପଡିଛି । ପଡାଙ୍ଗ ଗାଁର ରବି ସାହୁ, କୃଷ୍ଣପୁର ଗାଁର ଉଲ ପାତ୍ର ଓ ହିମାଂଶୁ ପ୍ରଧାନଙ୍କ ପାଞ୍ଚ ଏକରରୁ ଉର୍ଦ୍ଧ ପାଚିଲା ଧାନଫସଲକୁ ହାତୀପଲ ଦଳିମକଚି ନଷ୍ଟ କରିଦେଇଛନ୍ତି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ବାରମ୍ବାର ହାତୀପଲ ଧାନଫସଲ ନଷ୍ଟ କରୁଥିବା ବେଳେ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବାରେ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି।

nis-ad
Leave A Reply

Your email address will not be published.