ବଡ଼ ମେଡ଼ିକାଲ କୋଠାର ପଛରେ କ୍ଷତବିକ୍ଷତ ଅବସ୍ଥାରେ ରୋଗୀଙ୍କ ମୃତ ଶରୀର

.ବ୍ରହ୍ମପୁର : ବଡ଼ ମେଡ଼ିକାଲରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ ଶରୀର ମେଡିକାଲ୍ କୋଠା ର ପଛରେ କ୍ଷତ ବିକ୍ଷତ ଅବସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି । ଏଭଳି ଭବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ ପରିସରରେ ।ଦୁଇଦିନ ପୂର୍ବେ ଚିକିଟି ପିତାତଳି ଗ୍ରାମର ଅନନ୍ତ ରାଉତ ଉଚ୍ଚ ରକ୍ତଚାପ ଜନିତ ରୋଗରେପୀଡିତ ହୋଇ ବ୍ରହ୍ମପୁର ବଡ଼ମେଡିକାଲର ପି ଏମ ଆର କୋଠାରେ ଚିକିତ୍ସା ହେଉଥିଲେ । ଆସନ୍ତା କାଲି ସେ ମେଡିକାଲରୁ ଡ଼ିସଚାର୍ଜ ହେବାର ଥିଲା । ଗତକାଲି ରାତିରେ ହଠାତ ସେ ତାଙ୍କ ଶଯ୍ୟାରେ ନଥିବା ଅଭିଯୋଗ ହୋଇଛି। ତାଙ୍କ ପତ୍ନୀଙ୍କ ନିଦ ଭାଙ୍ଗିବା ପରେ ରାତି ୨ ଟାରେ ତାଙ୍କ ସ୍ୱାମୀ ଅନନ୍ତ ଶଯ୍ୟାରେ ନଥିବା ଦେଖି ବହୁ ଖୋଜା ଖୋଜି କରିଥିଲେ । ପରେ ସମ୍ପର୍କୀୟଙ୍କୁ ଜଣାଇଥିଲେ।ସମସ୍ତେ ମିଶି ଖୋଜା ଖୋଜି କରିଥିଲେ।ତେବେ ଆଜି ସକାଳେ ମେଡିକାଲ ପରିସର PMR କୋଠାର ପଛ ଭାଗରେ ଥିବା ନାଳରେ ତାଙ୍କ ମୃତ ଶରୀରକୁ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। I ଅନନ୍ତଙ୍କ ଶରୀରର ମୁଣ୍ଡ ଓ ଶରୀରର ବିଭିନ୍ନ ଭାଗ ରକ୍ତାକ୍ତ ହୋଇଛି I ତାଙ୍କୁ କେହି ତାଙ୍କୁ ହତ୍ୟା କରିଥିବା କରି ନାଳରେ ଫୋପାଡ଼ି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଥିବାବେଳେ ଏନେଇ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲାର ତଦନ୍ତ କରୁଥିବା ଜଣାପଡିଛି।

nis-ad
Leave A Reply

Your email address will not be published.