କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଉଦଘାଟିତ ହୋଇଛି l ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସର ରେ ମୁଖ୍ୟ ଅତିଥି ଜିଲ୍ଲାପାଳ ପାଟିଲ ସାମ୍ବାଦିକମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ସହ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ l ଫୋରମ ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ରତ୍ନାକର ପତି, ବରିଷ୍ଠ ମୁକ୍ତ ସାମ୍ବାଦିକ ପ୍ରିୟରଞ୍ଜନ ସାହୁ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, କିଟ ବିଶ୍ୱବିଦ୍ୟାଳୟର ସ୍କୁଲ ଓ ମାସ ଏଜୁକେସନର ଅଧ୍ୟାପକ ରାଜୀବ ପଣ୍ଡା, ବରିଷ୍ଠ ସାମ୍ବାଦିକ ସହକାରୀ ପ୍ରଫେସର ଡ଼ଃ. ଜ୍ୟୋତି ପ୍ରକାଶ ମହାପାତ୍ର, ଅରବିନ୍ଦ ମହାପାତ୍ର ଫୋଟୋ ସାମ୍ବାଦିକ ପ୍ରମୁଖ ଯୋଗ ଦେଇ ସାମ୍ବାଦିକଙ୍କ କର୍ତବ୍ୟ, ମୂଲ୍ୟବୋଧ ଉପରେ ବର୍ଣନା କରିଥିଲେ l ସେହିପରି ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ଅତିଥିମାନେ l ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ମଞ୍ଚ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, କୋଷାଧକ୍ଷ ଶିବ ବିଶ୍ଵାଳ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସନ୍ତୋଷ କୁମାର ଦିଗାଲ, ଶିବାନନ୍ଦ ପଟ୍ଟନାୟକ, ତ୍ରିନାଥ ସାହୁ,ଅଜିତ ମହାରଣା, ଅଶୋକ କୁମାର ପରିଡା,ରାଧା ମୋହନ ମହାପାତ୍ର, ପ୍ରଶାନ୍ତ କୁମାର ଜେନା, ଶିବ ନାୟକ, ସନ୍ତୋଷ ବେହେରା ପ୍ରମୁଖ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.