ଡାକ୍ତରଙ୍କୁ ଆକ୍ରମଣ କଲେ କଡ଼ା ଆକ୍ସନ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ରାଜ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନେଇ ରାଜ୍ୟ ସରକାର କଠୋର ହୋଇଛନ୍ତି । ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ଶୂନ ସହନଶୀଳ ନୀତି ଅବଲମ୍ବନ କରାଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସବୁ ସିଡିଏମଓ, ଜିଲ୍ଲାପାଳ, ଏସ୍‌ପି, କ୍ୟାପିଟାଲ୍‌ ହସ୍ପିଟାଲ ଓ ଆରଜିଏଚ୍‌ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଚିଠିରେ ଏଣିକି ହସ୍ପିଟାଲ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଇବାକୁ କୁହାଯାଇଛି । ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ସ୍ଥାୟୀ ଓ ଠିକା କର୍ମଚାରୀଙ୍କୁ ଦିଆଯିବ ଆଇଡି କାର୍ଡ । ରୋଗୀଙ୍କୁ ଭେଟିବା ପାଇଁ ଆସୁଥିବା ସମ୍ପର୍କୀୟଙ୍କୁ ୨ଟି ଏଣ୍ଟ୍ରି ପାସ୍‌ ଦିଆଯିବ ।

nis-ad
Leave A Reply

Your email address will not be published.