ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ

ଝରିଗାଁ : ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ନବରଙ୍ଗପୁର ଲୋକପ୍ରିୟ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ଝରୀଗାଁ ବିଭିନ୍ନ ପଂଚାୟତ ଗସ୍ତ କରି ଲୋକ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛନ୍ତି | ଏହି ଉପଲକ୍ଷେ ଝରିଗାଁ ଠାରେ ଏକ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏହି କର୍ମୀ ସମ୍ମିଳନୀରେ ବକ୍ତାମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ ଯୋଜନା ଏବଂ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଯୁବକ ମାନଙ୍କ ଆଦର୍ଶ ଯୁବ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ର ପ୍ରତି ସେକେଣ୍ଡ ରେ କର୍ମୀ ସଂଖ୍ୟା ବୃଦ୍ଧି ପାଉଛି ବୋଲି ପ୍ରକାଶ କରିଥିଲେ । ବିଜୁ ଜନତା ଦଳରେ ସାମିଲ ହେଇଥିବା ସମସ୍ତ କର୍ମୀ ମାନଙ୍କୁ ଝରିଗାଁ ବିଜୁ ଜନତା ଦଳ ତରଫରୁ ଶୁଭେଚ୍ଛା ଓ ସ୍ୱାଗତମ କରାଯାଇଥିଲା | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ଆହୁରି ସଦୃଢ଼ ଓ ସଶକ୍ତ କରି ନୂଆ ଓଡିଶା ଗଠନ ରେ ନିଜକୁ ସାମିଲ କରୁଛନ୍ତି ସହ ସହ ଲୋକ । ବିଜୁ ଜନତା ଦଳ ଜିନ୍ଦାବାଦ ରୋ ନାରା ଲଗାଇଲେ

nis-ad
Leave A Reply

Your email address will not be published.