ଘରୋଇ ଶିକ୍ଷାନୁଷ୍ଠାନ ଜାଲ୍ ସାର୍ଟିପିକେଟ୍ ଦେଇ ଠକିଥିବା ଅଭିଯୋଗ…!

ବ୍ରହ୍ମପୁର : ଏକ ଘରୋଇ ଶିକ୍ଷାନୁଷ୍ଠାନ ଜାଲ୍ ସାର୍ଟିପିକେଟ୍ ଦେଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଠକିଥିବା ନେଇ ଆଜି ତାଙ୍କ ଅଭିଭାବକ ମାନେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଧର୍ମନଗର ଠାରେ ଥିବା ଏସ୍‌ଏନ୍‌ଏସଏକ୍ସ ପବ୍ଲିକ୍ ସ୍କୁଲରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ ପୃଷ୍ଟି ଜାଲ୍ ସାର୍ଟିପିକେଟ୍ ଦେଇଥିବା ଅଭିଯୋଗ ହୋଇଛି । ସେମାନେ ଦଶମ ସିବିଏସ୍‌ଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସଠିକ୍ ସାର୍ଟିଫିକେଟ୍ ଦେଇନାହାଁନ୍ତି । ଏବଂ ଦ୍ୱାଦଶ ପାସ୍ କରିଥିବା ବିଦ୍ୟାର୍ଥୀଙ୍କୁ ସିବିଏସ୍ ଇ ସାର୍ଟିପିକେଟ୍ ଦେବା ବଦଳରେ ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲର ସାର୍ଟିପିକେଟ୍ ଏବଂ ସିଏଲ୍‌ସି ଦେଇଛନ୍ତି । ଏହା ବାବଦକୁ ଅଭିଭାବକ ମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଥିବା ଜଣାପଡ଼ିଛି ।ତେବେ ଏହି ସାର୍ଟିଫିକେଟ ଦ୍ୱାରା ଛାତ୍ରଛାତ୍ରୀ ଅନ୍ୟ ମହାବିଦ୍ୟାଳୟ ରେ ନାମ ଲେଖାଇବା ରେ ବଞ୍ଚିତ ହୋଇଥିବା ଅଭିଭାବକ ମାନେ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇବା ପରେ ସେ ଅଭିଭାବକ ମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଏହି ଘରୋଇ ସ୍କୁଲଟି ସରକାରଙ୍କ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କିମ୍ବା ପଞ୍ଜିକୃତ ହୋଇନାହିଁ । ଏହା ସହିତ ଅଭିଭାବକ ମାନଙ୍କ ଏକ ସାଧା କାଗଜରେ ହସ୍ତାଖର ରଖିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏଭଳି ଜାଲି ସାର୍ଟିପିକେଟ୍ ଦେବା ଦ୍ୱାରା ଛାତ୍ରଛାତ୍ରୀ ମାନେ ଅନ୍ୟତ୍ର କୌଣସି ସ୍ଥାନରେ ଶିକ୍ଷାଗ୍ରହଣ କରିବାରେ ଅସମର୍ଥ ହେଉଛନ୍ତି । ଫଳରେ ବିଦ୍ୟାର୍ଥୀ ମାନେ ମାନସିକ ଚିନ୍ତାରେ କାଳତିପାତ କରୁଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଭିଡ଼ିଓ କ୍ଲିପ୍ ରଖି ଅଭିଭାବକ ମାନଙ୍କୁ ବ୍ଲାକ୍ ମେଲିଂ କରୁଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଅଭିଭାବକ ମାନେ ଏସ୍ ଡ଼ିପିଓ ରାଜୀବ ଲୋଚନ ପଣ୍ଡା ଏବଂ ଟାଉନ୍ ଥାନା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ବହୁ ଛାତ୍ରଛାତ୍ରୀ ଏଭଳି ଠକେଇର ଶୀକାର ହୋଇଛନ୍ତି । ତେଣୁ ଉକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବୀ କରିଛନ୍ତି ଲକ୍ଷ୍ମୀପ୍ରିୟା ସାହୁ, ଝିଲି ପାତ୍ର, ହରିବନ୍ଧୁ ରାଉଳ, କେ. ପ୍ରମିଳ ପାତ୍ର ପ୍ରମୁଖ ।

nis-ad
Leave A Reply

Your email address will not be published.