ଗୋପାଳପୁର(୧୯/୦୯) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ର ସାଧାରଣ ବୈଠକ ଆଜି ନିୟୁ କନ୍ଫେରେନ୍ସ୍ ହଲ ଠାରେ ଅନୁଷ୍ଟିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,ସମ୍ମାନୀତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇଥିଲେ।କ୍ରୀଡା ପରିଷଦର ସମ୍ପାଦକ ପ୍ରଫେସର ଗଣେଶ ସେଠୀ ସ୍ବାଗତ ଭାଷଣ,ଅତିଥି ପରିଚୟ ସହ ବାର୍ଷିକ ଆୟ ବ୍ୟୟ ପାଠ କରିଥିଲେ।୨୦୨୧ – ୨୨ ରେ ବଜେଟ ୩୫ ଲକ୍ଷ ରୁ ୨୨ ଲକ୍ଷ ୪ ହଜାର ୪୫୫ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୨ -୨୩ ବର୍ଷ ପାଇଁ ୪୯ ଲକ୍ଷ ୮୫ ହଜାର ଟଙ୍କା ବଜେଟ ରହିଛି। ୨୭ ଟି ଅନ୍ତଃ ମହାବିଦ୍ୟାଳୟ ପୁରୁଷ ଓ ମହିଳା ଇଭେଣ୍ଟ ପାଇଁ ୧୧ ଲକ୍ଷ ୭୩ ହଜାର,୨୭ ଟି ଏବଂ ୧୪ ଟି ଓଡ଼ିଶା ଇଣ୍ଟର ୟୁନିଭରସିଟି ଇଭେଣ୍ଟ ପାଇଁ ଅନ୍ତଃ ବିଶ୍ଵବିଦ୍ୟାଳୟ ପାଇଁ ୧୭ ଲକ୍ଷ ୫୫ ହଜାର ,ସମସ୍ତ କୋଚିଙ୍ଗ ପାଇଁ ୮ ଲକ୍ଷ ୮୨ ହଜାର ଅନ୍ୟାନ୍ୟ ବାବଦକୁ ୧୧ ଲକ୍ଷ ୭୫ ହଜାର ର ଖର୍ଚ୍ଚ ରହିଛି।ସେହିପରି କୋଚିଂ ପାଇଁ ୧୮୦ ରୁ ୨୦୦ ଟଙ୍କା,ଅନ୍ତଃ ବିଶ୍ଵବିଦ୍ୟାଳୟ ପାଇଁ ୨୮୦ ରୁ ୩୦୦ ଟଙ୍କା, ଟୁର୍ଣ୍ଣାମେଣ୍ଟ ଆଉଟ୍ ଡୋର ପାଇଁ କରୁଥିବା ୩୦୦୦ ରୁ ୪୦୦୦ , ଇଣ୍ଡୋର୍ ଖେଳ ପାଇଁ ୨ ହଜାର ରୁ ୩ହଜାର ଓ ସଭ୍ୟ ସଭ୍ୟା ଙ୍କ ସମ୍ମାନୀତ ପାଇଁ ୩୦୦ ରୁ ୪୦୦ ଟଙ୍କା ବର୍ଦ୍ଧିତ କରାଯାଇଛି। ତାହା ସହ ୨୦୨୩-୨୪ ବର୍ଷ ପାଇଁ ଆଥେଲେଟକ ଫି ୬୦ ଟଙ୍କା ରୁ ୧୦୦ ଟଙ୍କା ବୃଦ୍ଧି କରାଯିବାପାଇଁ ନିଷ୍ପତି ନିଆଯାଇଛି।ଏହି ଅବସରରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ କହିଥିଲେ ଯେ କ୍ରୀଡାବିତ୍ ଙ୍କୁ କିଭଳି ଉତ୍ସାହିତ ହେବେ ସେଥି ପ୍ରତି ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ। ପାଠ ପଢା ସହ ଖେଳକୁଦ ଦ୍ଵାରା ଉଚ୍ଚ ଶିକ୍ଷା ଓ ନିଯୁକ୍ତି ରେ ସୁଯୋଗ ପାଉଛନ୍ତି ତାହା ଉପରେ ଆଲୋକପାତ କରିଥିଲେ। ଅନ୍ତଃ ବିଶ୍ଵବିଦ୍ୟାଳୟ କବାଡି ପ୍ରତିଯୋଗିତା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆୟୋଜନ କରାଯିବ ବୋଲି କହିଥିଲେ। ପରେ ନୂତନ ଏକଜ୍ୟୁଟିଭ ବୋଡି ମେମ୍ବର ଭାବେ ଚୟନ କରାଯାଇଥିଲା। ଏଥିରେ ପୂର୍ବତନ ସାଧାରଣ ସମ୍ପାଦକ ଜିଲ୍ଲା ଆଥେଲେଟିକ୍ ଆସୋସିଏସନ୍ ର ଜେ.କମେଶ୍ୱର ରାଓ,ପାଟପୁର ବି.ଆର୍.ସାଇନ୍ସ କଲେଜ ର ପି ଇ ଟି ଲକ୍ଷ୍ମଣ କୁମାର ସାହୁ, ରାୟଗଡ଼ା ମହିଳା ମହାବିଦ୍ୟାଳୟ ର ପି ଇ ଟି ରିତା ରାଣୀ ମିଶ୍ର, ଚାନ୍ଦିପୁଟ୍ ଆଇ ଏମ୍ ଡିଗ୍ରୀ କଲେଜ ର ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ,କୁଳପତି ଙ୍କ ପ୍ରତିନିଧି ଭାବେ ସହ ପରୀକ୍ଷା ନିୟନ୍ତ୍ରକ ଡ଼ଃ ସତ୍ୟ ବ୍ରତ ପାତ୍ର ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଏହି ଅବସରରେ କ୍ରୀଡା ପରିଷଦ ପକ୍ଷରୁ ୪୦୦ମିଟର ପାଇଁ ସିନ୍ଥେଟିକ୍ ଟ୍ରାକ,ଅଣ୍ଡର ଗ୍ରାଉଣ୍ଡ ଡ୍ରେନ,୨ ୟ ବସ୍କେଟ୍ବଲ କୋର୍ଟ ମରାମତି, କ୍ରୀଡାବିତ୍ ଙ୍କ ପାଇଁ ହଷ୍ଟେଲ,ଇଲେଟ୍ରିକଲ ୱେଟ ମେସିନ, ସି ସି କ୍ୟାମେରା ଆଦି ପ୍ରସ୍ତାବ କୁଳପତି ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୨୦୨୨- ୨୩ ବର୍ଷ ପାଇଁ ଆଥେଲେଟିକ୍ (ମ/ପୁ) , ଆର୍ଚେରୀ( ପୁ,) ବ୍ୟାଡମିଣ୍ଟନ (ପୁ/ମ,) ବକ୍ସିଂ (ପୁ/ମ), ହକି (ପୁ) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ବଲ ବ୍ୟାଡମିଣ୍ଟନ (ପୁ/ମ ) ଆଦିବାସୀ କଲେଜ ବାଲିଗୁଡା, ବlସ୍କେଟବଲ୍ (ପୁ/ମ), ୱେଟ୍ ଲିଫ୍ଟ (ପୁ/ମ) ବେଷ୍ଟ ଫିଜିକ୍ସ (ପୁ) ପିପୂଲ୍ସ କଲେଜ ବୁଗୁଡ଼ା , କ୍ରିକେଟ୍ (ପୁ/ମ), ହେଣ୍ଡବଲ୍ (ପୁ/ମ) ଏସ ଏମ୍ ଆଇ ଟି ଅଙ୍କୁଶପୁର , କ୍ରିକେଟ୍ (ପୁ ) ପାଟପୁର ବି ଆର୍ ସାଇନ୍ସ କଲେଜ , ଚେସ (ମ/ପୁ) ଏସ ବି ପି ମହାବିଦ୍ୟାଳୟ ସମନ୍ତିଆପଲ୍ଲୀ , ଫୁଟବଲ (ପୁ) ବିକ୍ରମ ଦେବ କଲେଜ ଜୟପୁର, କବାଡି (ପୁ) ଆସ୍କା ସାଇନ୍ସ କଲେଜ,କବାଡି (ମ) ଆଞ୍ଚଳିକ ସାଇନ୍ସ କଲେଜ ବାଲିପଦର, ଖୋଖୋ (ମ/ପୁ) ଏ ଏମ୍ ସି ଏସ କଲେଜ୍ ଟିକାବାଲି, ଟେବୁଲ୍ ଟେନିସ (ମ/ପୁ) ଆର୍ ସି ଏମ୍ କଲେଜ୍ ଖଲିକୋଟ, ଭଲିବଲ୍ (ପୁ)କେ ଏସ ୟୁ ବି ଭଞ୍ଜନଗର ରେ ଇଭେଣ୍ଟ କରାଯିବ ବୋଲି ନିଷ୍ପତି ନିଆଯାଇଛି। ଏଥିରେ ଉପ କୂଳ ସଚିବ ଡଃ ବାବୁଜୀ ସାମଲ, ସହ କୂଳ ସଚିବ ଡଃ ସରୋଜ କୁମାର ଦାଶ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧlଙ୍ଗଡାମାଝୀ, ସୁଶାନ୍ତ କୁମାର ପଣ୍ଡା ଉପସ୍ଥିତ ଥିବା ବେଳେ ପି ଇ ଟି ସଚ୍ଚିଦାନନ୍ଦ ଦାସ, ପି. ରମେଶ,ଏସ.ସୀତାରାମ ମୂର୍ତ୍ତି,ପ୍ରଦୀପ୍ତ ପଟନାୟକ, ଗୌରୀ ଶଙ୍କର ପାତ୍ର, ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ୧୦୦ ରୁ ଉର୍ଦ୍ଧ କଲେଜର ଅଧ୍ୟକ୍ଷ ଓ ପି ଇ ଟି ଯୋଗ ଦେଇଥିଲେ। ମହେଶ ରଞ୍ଜନ ମିଶ୍ର,ରାମ ନାରାୟଣ ସାହୁ,ମନୋଜ କୁମାର ତ୍ରିପାଠୀ, ରାଜ କିଶୋର ମହାପାତ୍ର,କ୍ରୀଡା ପରିଷଦ ପକ୍ଷରୁ କୋଚ୍ ରାଜେଶ ମହାନ୍ତି,ପି ଇ ଓ ରବି ଚରଣ ମିଶ୍ର,ଏସ. କ୍ରିଷ୍ଣା ରେଡ଼ି ଉପସ୍ଥିତ ଥିଲେ।ଶେଷରେ ପୂର୍ବତନ କ୍ରୀଡା ପରିଷଦ ର ସମ୍ପାଦକ ଡ଼ଃ ଶେଷ ଦେବ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post