ଫସଲ ବୀମା ସହାୟତାରୁ ବାଦ୍ ପଡିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ ନିମନ୍ତେ ଦାବି

ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ଛତ୍ରପୁର : ଫସଲ ବୀମା ସହାୟତା ରୁ ବାଦ ପଡିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରଦାନ କରିବା ସମେତ ବିଭିନ୍ନ ଦାବୀ ନେଇ ଋଷିକୂଲ୍ୟା ରୟତ ମହସଭା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କୁ ଭେଟି ଉକ୍ତ ଦାବୀ ପତ୍ର ପ୍ରଦାନ କରିବା ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଗତବର୍ଷ ଧାନ ଅମଳ ସମୟରେ ଅଦିନିଆ ବର୍ଷା ହେବା ଫଳରେ ଜିଲ୍ଲାର ଅଧିକାଂଶ ଧାନ ଫସଲ ନଷ୍ଟ ହୋଇଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଭେ କରି ରିପୋର୍ଟ ଦେବା ଫଳରେ କ୍ଷତି ପୂରଣ ମିଳିଥିଲା । ସେହି କ୍ଷତିଗ୍ରସ୍ଥ ଚାଷୀ ମାନେ ଲକ୍ଷ ଲକ୍ଷ ଟଙ୍କାର ପ୍ରିମିୟମ ଦେଇ ଫସଲ ବୀମା କରିଥିଲେ । କୃଷି ବିଭାଗ, ରାଜସ୍ୱ ବିଭାଗ ଓ ଷ୍ଟାର୍ଟିଷ୍ଟିକାଲ ବିଭାଗ ମିଳିତ ଭାବେ କ୍ରର୍ପ କେଟିଙ୍ଗ କରି ରିପୋର୍ଟ ଦେଇଥିଲେ ସୁଦ୍ଧା ବୀମା କମ୍ପାନୀ ଅଗ୍ରିକଲଚର ଇନସୁରାନ୍ସ କମ୍ପାନୀ ଚଂଚକତା କରି ସେଥି ମଧ୍ୟରୁ ୯ ଟି ପଂଚାୟତର କ୍ଷତିଗ୍ରସ୍ଥ ଚାଷୀଙ୍କ ଫସଲ ବୀମା ସହାୟତା ନ ଦେଇ ଠକିଦେଇ ଚୁପ୍ ବସିଛନ୍ତି । ମହାସଭା ପକ୍ଷରୁ ଏଥି ନିମନ୍ତେ ଦୁଇ ଦୁଇ ଥର ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ଥ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇନାହିଁ । ୯ ଟି ପଂଚାୟତ ମଧ୍ୟରୁ ଛତ୍ରପୁର ବ୍ଲକର ବଡ ମାଧପୁର ପଂଚାୟତ, ରଙ୍ଗେଇଲଲୁଣ୍ଡା ବ୍ଲକର କୋଳଥି ଗାଁ, ଲୁଡି ଗାଁ, ମାଣ୍ଡ ରାଜପୁର, ବୁଗୁଡା ବ୍ଲକର ସଙ୍କୁରୁ ଓ କରଚୁଲି ପଂଚାୟତ, ସାନଖେମୁଣ୍ଡି ପଂଚାୟତର ଗାଙ୍ଗପୁର ପଂଚାୟତ ଏବଂ କବିସୁର୍ଯ୍ୟନଗର ବ୍ଲକର ଆମ୍ବପୁଆ, ନନ୍ଦିଆଗୁଡା ପଂଚାୟତର ଚାଷୀ ମାନଙ୍କୁ ଏପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇନଥିବା ନେଇ ଉକ୍ତ ଦାବି ପତ୍ର ରେ ଦର୍ଶାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ସମାଜସେବୀ ଭାଗିରଥି ବେହେରା, ଆର୍‌. ସହଦେବ ରେଡ୍ଡୀ, ଏସ୍‌. ଯୁଧିଷ୍ଠିର ରେଡ୍ଡୀ ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.