ସ୍ମାର୍ଟ ସିଟି ଭୁବନେଶ୍ୱର ହେବ ଡଷ୍ଟବିନ ମୁକ୍ତ ସହର, ପ୍ରଥମ ପର୍ଯ୍ୟାୟରେ ୧୩ ଟି ୱାର୍ଡରେ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ହେବ ଡଷ୍ଟବିନ ମୁକ୍ତ ସହର । ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସିଟିର ୧୩ ଟି ୱାର୍ଡରେ ଆରମ୍ଭ ହୋଇଛି ଏହି ଅଭିଯାନ । ଏହାସହ ପରିମଳ ବ୍ୟବସ୍ଥାରେ ନିୟୋଜିତ ପୁରୁଣା ଏଜେନ୍‌ସିଙ୍କୁ ଡଷ୍ଟବିନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଡଷ୍ଟବିନ ମୁକ୍ତ ସହର ପାଇଁ ୨ଟି ନୂଆ ଏଜେନ୍‌ସି ନିୟୋଜିତ ହୋଇସାରିଥିବା ବେଳେ ଆଗକୁ ଆଉ ୬ଟି ଏଜେନ୍‌ସି ନିୟୋଜିତ ହେବେ ।

ମାର୍କେଟ ଏରିଆ ବ୍ୟତୀତ ଜନବସତି ଅଞ୍ଚଳରୁ ପ୍ରଥମେ ଡଷ୍ଟବିନ ହଟିବ ବୋଲି କହିଛନ୍ତି ବିଏମସି ଡେପୁଟି କମିସନର। ଭୁବନେଶ୍ୱରରେ ବିଏମସି ପକ୍ଷରୁ ଘର ଘର ବୁଲି ପୃଥକୀକରଣ ବର୍ଯ୍ୟ ସଂଗ୍ରହ କରାଯାଉଛି। ବର୍ତ୍ତମାନ ୩୦୦ଟି ଗାଡିରେ ଅଳିଆ ସଂଗ୍ରହ କରାଯାଉଛି। ଆଗକୁ ଆଉ ଅଧିକ୪୦ଟି ଗାଡ଼ି ଅଣାଯିବ। ଶତ ପ୍ରତିଶତ ଡୋର କଲେକ୍ସନ ସହ ଖୁବଶୀଘ୍ର ଭୁବନେଶ୍ୱର ହେବ ଡଷ୍ଟବିନ ମୁକ୍ତ ସହର ହୋବ ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।

nis-ad
Leave A Reply

Your email address will not be published.