ସାପ କାମୁଡାରେ ଚାଲିଗଲା ୧୨ ବର୍ଷର ଶୁଭମ୍, ଆଖି ଦାନ କଲେ ପରିବାର ଲୋକ

ଭୁବନେଶ୍ୱର: ମୃତ୍ୟୁ ପରେ ଚକ୍ଷୁଦାନ । ପିପିଲିର ଦାଣ୍ଡମୁକୁନ୍ଦପୁର ଗାଁର ୧୨ ବର୍ଷର ବାଳକ ଶୁଭମ ମଲ୍ଲିକଙ୍କ ମୃତ୍ୟୁ ପରେ ତାଙ୍କ ଆଖି ଦାନ କରିଛନ୍ତି ପରିବାର ଲୋକ । କ୍ୟାପିଟାଲ ହସ୍ପିଟାଲରେ ଥିବା Drusti Dana Eye Bankରେ ଆଖି ଦାନ କରାଯାଇଛି ।

ଶୁଭମଙ୍କୁ ବିଷାକ୍ତ ସାପ କାମୁଡି ଦେଇଥିଲା । ତାଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ସ୍ଥାନାନ୍ତର କରାଯାଇଥିଲା ଭୁବନନେଶ୍ୱର କ୍ୟାପିଟାଲ ହସ୍ପିଟାଲ । ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଶୁଭମଙ୍କ ବାପା କହିଛନ୍ତି,ପୁଅର ଆଖିରେ ଆଉ କିଏ ଦୁନିଆ ଦେଖିବ । ଖବର ପାଇ ପିପିଲି ବିଧାୟକ ରୁଦ୍ର ମହାରଥି କ୍ୟାପିଟାଲ ହସପିଟାଲ ଆସିଥିଲେ । ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ।

nis-ad
Leave A Reply

Your email address will not be published.