ବୁଲୁଛି ଦନ୍ତା, ଲୋକ ଆତଙ୍କିତ

ପାଟଣା ୧୫/୦୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅନ୍ତର୍ଗତ ରହଣୀଦୁମା ଗାଁ ନିକଟରେ ଏକ ଗୋଠ ଛଡା ଦନ୍ତା ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଗୋଠଛଡା ଦନ୍ତାଟି ଘଟଗାଁ ରେଞ୍ଜରୁ ଆସି ଚାଷ ଜମିରେ ପଶି ଧାନ ଫସଲ ମାଡି ଚକଟି ନଷ୍ଟ କରୁଛି । ଗାଁ ନିକଟରେ ହାତୀ ବୁଲୁଥିବାରୁ ଆଖ ପାଖ ଗାଁ ବଣ ମହୁଲଡିହା, ପିଛୁଳାବେଡାର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଛି ।

nis-ad
Leave A Reply

Your email address will not be published.