କର୍ତ୍ତବ୍ୟ ପଥକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ରାଜପଥର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପର ବର୍ଷିଛନ୍ତି । ଜୟରାମ ରମେଶ କହିଛନ୍ତି ମୋଦି ହେଉଛନ୍ତି ସୁପର ପ୍ରଚାରକ । କଂଗ୍ରେସକୁ ବିରୋଧ କରିବା ତାଙ୍କର ନିୟମିତ ଅଭ୍ୟାସ । ଏହା ସହ ସେ ଆରଏସଏସକୁ ବ୍ରିଟିଶ ସମର୍ଥକ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ରାଜପଥଙ୍କୁ ଆନୁଷ୍ଠାନିକ ଭାବରେ କର୍ତ୍ତବ୍ୟ ପଥ ଭାବରେ ନାମିତ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଇଣ୍ଡିଆ ଗେଟ ନିକଟରେ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ସେ ଦାସତ୍ୱର ଆଉ ଏକ ପରିଚୟ ଲିଭାଇ ଦିଆଯାଇଛି ବୋଲି କହିଥିଲେ। ବିଶେଷ କରି ନେତାଜୀ ସୁଭାଷଙ୍କୁ ଦର୍ଶାଇ କଂଗ୍ରେସକୁ ଟାର୍ଗେଟ କରିଥିଲେ ମୋଦି । ମୋଦି ପରୋକ୍ଷରେ କହିଥିଲେ ସ୍ବାଧୀନତା ପରେ ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ବୋଷଙ୍କୁ କଂଗ୍ରେସ ସରକାର ଭୁଲିଯାଇଥିଲା । ଯାହାକୁ ନେଇ କଂଗ୍ରେସର ଅନେକ ବରିଷ୍ଠ ନେତା ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ଜୟରାମ ଏକ ଟ୍ୱିଟରେ କହିଛନ୍ତି ଯେ 1942 ମସିହାରେ ଆରଏସଏସ ଭାରତ ଛାଡିବା ଆନ୍ଦୋଳନକୁ ବିରୋଧ କରୁଥିଲା ଏବଂ ବ୍ରିଟିଶ ଶାସନକୁ ସମର୍ଥନ କରୁଥିଲା। ଆଜି ‘ସୁପର ପ୍ରଚାରକ’ କହୁଛନ୍ତି ଯେ ସେମାନେ ଉପନିବେଶ ଶାସନର ପ୍ରତୀକକୁ ଲିଭାଇ ଦେଇଛନ୍ତି। ପ୍ରସଙ୍ଗଗୁଡିକରୁ ବିଭ୍ରାନ୍ତ କରିବାକୁ ଏକ ପ୍ରୟାସ ବ୍ୟତୀତ ଏହା ଆଉ କିଛି ନୁହେଁ । ଲୋକଙ୍କୁ ବିଭ୍ରାନ୍ତି କରିବା ହେଉଛି ମୋଦିଙ୍କ ମୁଖ୍ୟ ଉଦ୍ଦେଶ୍ୟ ।

nis-ad
Leave A Reply

Your email address will not be published.