ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା କର୍ମଶାଳା

ଦାରିଙ୍ଗବାଡ଼ି (୮/୯) :.ଦାରିଙ୍ଗବାଡ଼ି ବ୍ଲକ ସ୍ତରିୟ ବିପର୍ଯ୍ୟୟ ମୁକାବିଲା କର୍ମଶାଳା ସମିତି ସଭାଗୃହରେ ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓଙ୍କ ସହିତ ସହକାରୀ ଜିଲ୍ଲାପାଳ ପ୍ରଦ୍ୟୁମ୍ନ ମଣ୍ଡଳ , ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂଯୋଜକ ସରୋଜ କୁମାର ଦାସ, ଭବେଶ ମାଝୀ, ଥାନା ଅଧିକାରୀ କୌଶିକ ମାଝୀ, ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟ , ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ,ଜିପିଓ କୃପାସିନ୍ଧୁ ବେହେରା ଓ ବ୍ଲକର ସମସ୍ତ ଲାଇନ ବିଭାଗିୟ ଅଧିକାରୀ ,ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତିନିଧି ଯୋଗଦେଇ ଥିଲେ । ମୁଖ୍ୟ କରି ବିପର୍ଯ୍ୟୟ ମୁକାବିଲା ନେଇ କଣ ସବୁ ଆବଶ୍ୟକତା ରହିଛି ଓ ଏହାର ସଫଳ ମୁକାବିଲା କରିବା ପାଇଁ କିପରି କାର୍ଯ୍ୟ କରିବାକୁ ନେଇ ପୂର୍ବପ୍ରସ୍ତୁତି କିଭଳି ହେବା ଦରକାର ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥି ନେଇ ସମସ୍ତ ଲାଇନ ବିଭାଗିୟ ଅଧିକାରୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତିନିଧି ମାନେ ମତାମତ ଦେଇଥିଲେ । ସହକାରୀ ଜିଲ୍ଲାପାଳ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂଯୋଜକ ବିଭିନ୍ନ ସୂଚନା ଦେଇ ପ୍ରସ୍ତୁତି ହେବା ପାଇଁ ଆହ୍ୱାନ ଦେଇଥିଲେ ।

nis-ad
Leave A Reply

Your email address will not be published.