ଚାଷୀଙ୍କୁ ମିଳୁନି ଆବଶ୍ୟକ ୟୁରିଆ ସାର, ସାର ଗାଡ଼ି ଆସିଲେ ଦୁଇଗୁଣ ଦାମ୍ ରେ କରାଯାଉଛି କଳାବଜାରୀ

ହିଞ୍ଜିଳିକାଟୁ (୮।୯) : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ଗ୍ରାମ ପଞ୍ଚାୟତ ରେ ଥିବା ସମବାୟ ସମିତି ରେ ଚାଷୀଙ୍କ ମଧ୍ୟରେ ସାର ପାଇଁ ଚାଲିଛି ଲଢ଼େଇ । ଆବଶ୍ୟକ ସାର ସରକାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ 275 ଟଙ୍କା ବଦଳରେ ବସ୍ତା ପିଛା 500 ରୁ 600 ଟଙ୍କା ଦେଇ କଳାବଜାରୀ ପାଖରୁ ୟୁରିଆ ସାତ କିଣିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ଧାନ ରୁଆ ସରିବା ପରେ ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ମୋକା ଧରିବା ପାଇଁ ୟୁରିଆ ସାରର ଆବଶ୍ୟକ ରହିଛି । ବର୍ତ୍ତମାନ ସରକାର ସେବା ସମବାୟ ସମିତି ଜରିଆରେ ସାର ଯୋଗାଇ ଦେଉଛନ୍ତି । କିନ୍ତୁ ଆବଶ୍ୟକ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆ ଯାଉନଥିବା କହୁଛନ୍ତି ସୋସାଇଟି ସେକ୍ରେଟ୍ରେରି । ଯାହାର ଉଦାହରଣ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ଗ୍ରାମ ପଞ୍ଚାୟତରେ ପର୍ଯ୍ୟାପ୍ତ ପରିମାଣର ସାର ଆସୁନଥିବାରୁ ସୋସାଇଟରୁ ଯେଉଁ ମାନେ କୃଷି ଋଣ ନେଇଛନ୍ତି ସମବାୟ ସମିତି ସମ୍ପାଦକ ଙ୍କ ନିଜ ଲୋକଙ୍କୁ ହିଁ ସାର ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଫଳରେ ହିଞ୍ଜିଳି ବ୍ଲକ୍ ରେ ସାରର କୁତ୍ରିମ ଅଭାବ ଦେଖା ଦେଇଛି। ସୋସାଇଟରୁ ଋଣ ନେଇ ନଥିବା ଚାଷୀ ମାନେ ସାର ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା । ଦୁଇ ଗୁଣାରେ ସାର କ୍ରୟ କରିବା ସମ୍ଭବପର ହୋଊ ନାହିଁ ।କଳାବଜାରୀ ଯୋଗୁଁ ଚିନ୍ତାରେ ଚାଷୀ। ମାଲା ମାଲ ହେଉଛନ୍ତି ସମ୍ପାଦକ ଓ ଅସାଧୁ ବ୍ୟବସାୟୀ। ଅଧିକାଂଶ ଚାଷୀ ସମବାୟ ସମିତି ରେ ବିଭିନ୍ନ ଆଳ ଦେଖାଇ ପଞ୍ଜିକରଣ ରୁ ଵଚିଂତ ହୋଇଥିବା ଅଭିଯୋଗ ପରେ ବର୍ତମାନ କୁତ୍ରିମ କଳାବଜାରୀ ଯୋଗୁଁ ଚାଷୀଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି। ସମବାୟ ସମିତି ସମ୍ପାଦକ, ଯୋଗାଣ ନିରୀକ୍ଷକ ଙ୍କ ମଧୁଚନ୍ଦ୍ରିକା ନିରାଶ ହୋଇ ଚାଷୀ ଘରୋଇ ପ୍ରତିଷ୍ଠାନ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଚାଷୀ। ସାର ର କୁତ୍ରିମ ଅଭାବ ଯୋଗୁଁ କେତେକ ଚାଷୀ ଚଢାଦରରେ କିଣୁଥୂଵା ବେଳେ କେତେକ ଅର୍ଥ ଅଭାବରୁ ସାର କିଣି ପାରୁ ନାହାନ୍ତି। ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ଭାଗ୍ୟ କୂ ଆଦରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏଣୁ ସରକାର ଚାଷୀମାନଙ୍କୁ ତୁରନ୍ତ ଆବଶ୍ୟକ ପରିମାଣର ସାର ଯୋଗାଇ ଦେବା ସହ ସମ୍ପାଦକ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ଚାଷୀ ସଂଗଠନ ଦାବି କରିଛନ୍ତି । ଏ ଦିଗରେ ଯଦି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇପାରନ୍ତି ବୋଲି ମଧ୍ୟ ଅଞ୍ଚଳରେ ଅଲୋଚନା ହେଉଛି ।

nis-ad
Leave A Reply

Your email address will not be published.