ହିନ୍ଦ ମଜଦୁର ସଭାର ଯୁବ କନଭେନସନ

ବ୍ରହ୍ମପୁର (୦୪/୨୨) : ଆଜି ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ରାଜସ୍ବ ଡାକ ବଙ୍ଗଳାଠାରେ ହିନ୍ଦ ମଜଦୁର ସଭାର ଯୁବ କନଭେନସନ ରାଜ୍ୟ ଯୁବ ସଭାପତି ସାଥୀ ବିଜୟ ଭୂଷଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ହିନ୍ଦ ମଜଦୁର ସଭାର ରାଜ୍ୟ ସଭାପତି ସାଥୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିବା ବେଳେ ନିର୍ମାଣ ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ଼ ର ଅଧ୍ୟକ୍ଷ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଶ୍ରମିକମାନଙ୍କୁ ସଙ୍ଗଠିତ କରିବା ଓ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଦୂର କରିବା ରେ ଯୁବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଦେଶର ସାମ୍ପ୍ରତିକ ପରିସ୍ଥିତିରେ ଯୁବକମାନେ ହିଁ ବିଶେଷ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଉଲ୍ଲେଖ କରିଥିଲେ । ବର୍ତ୍ତମାନ ଦେଖାଦେଇଥିବା ସମସ୍ୟା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ନେଇ କର୍ମଶାଳାମାନ କରାଯାଇ ସମାଧାନ କରିବା ସହ ଆଗକୁ କିପରି ଶ୍ରମିକ ମାନଙ୍କ ହିତରେ ହିନ୍ଦ ମଜଦୁର ସଭା କାର୍ଯ୍ୟକରିବ ରାଜ୍ୟ ଯୁବ ଶାଖା ସଭାପତି ସାଥୀ ବିଜୟ ଭୂଷଣ ପତି ନିଜର ବକ୍ତବ୍ୟ ରଖିଥିଲେ । ରାଜ୍ୟ ସମ୍ପାଦକ ସାଥୀ ରାଜେନ୍ଦ୍ର ଦାଶ ସମ୍ପାଦକୀୟ ବିବରଣୀ ଦେଇଥିଲେ ।

nis-ad
Leave A Reply

Your email address will not be published.