ବୈଦ୍ୟନାଥପୁର ଥାନା ଟେର ପାଉନି ଚୋରଙ୍କ ଠିକଣା , ବଢି ଚାଲିଛି ଚୋରି

ବ୍ରହ୍ମପୁର : ପୁଣି ଥରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମ୍‌କେସିଜି ମେଡ଼ିକାଲ ମୁଖ୍ୟ ଫାଟକ ନିକଟରେ ଥିବା ଏକ ଔଷଧ ଦୋକାନର ତାଲା ଭାଙ୍ଗି ଟଙ୍କା ଲୁଟ୍ ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଅଭିଯୋଗ ପରେ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ଓ ବୈଦ୍ୟନାଥପୁର ଥାନା ଠାରୁ ମାତ୍ରା କିଛି ଦୂର ତଥା ବଡ ମେଡିକାଲ ମୁଖ୍ୟ ଫାଟକ ସାମ୍ନାରେ ଥିବା ଶୈଳେନ୍ଦ୍ର କୁମାର ଦାସଙ୍କ ଏକ ଔଷଧ ଦୋକାନ ଶୁଭମ ମେଡିକାଲ ଷ୍ଟୋର ରହିଛି । ଶୈଳେନ୍ଦ୍ର ଗତ କାଲି ରାତ୍ର ତାଙ୍କ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସେ ଆଜି ସକାଳେ ଦୋକାନ ଖୋଲିବାକୁ ଆସିଥିବା ବେଳେ ତାଙ୍କ ଦୋକାନର ୨ଟି ତାଲା କଟା ଯାଇଥିବା ଦେଖିଥିଲେ । ଦୋକନ ଭିତରୁ ଯାଇ ଦେଖିବା ବେଳେ ଦୋକାନରେ ଥିବା ପ୍ରାୟ 20ହଜାର ଟଙ୍କା ସହ ଏକ ମୋବାଇଲ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହା ସହ ଚୋର ମାନେ ବ୍ୟବହାର କରିଥିବା ଏକ ତାଲା କଟ୍‌ର ଛାଡ଼ି ଯାଇଥିବା ଦେଖିଥିଲେ । ଏ ନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉକ୍ତ କଟ୍‌ରକୁ ଜବତ କରିଥିବା ସହ ତଦନ୍ତ ଚାଲିଥିବା ଜଣା ପଡିଛି l

nis-ad
Leave A Reply

Your email address will not be published.