ରାକ୍ଷସ ମୁହଁରେ ଗୁମ୍ଫା,ଗୁମ୍ଫାରେ ଶୋଭା ପାଉଛନ୍ତି ବିଘ୍ନରାଜ ବିନାୟକ

କରାପଲ୍ଲୀ(୦୩/୦୯) : କରାପଲ୍ଲୀ ସାଲିଆ ସାହି ଗଣେଶ ପୂଜlର ଆଜି ଚତୁର୍ଥ ରଜନୀ । ନିଆରା ଢଙ୍ଗରେ ହୋଇଛି ସାଜସଜ୍ଜା ଯାହାକି ଆଖ ପାଖ ଅଞ୍ଚଳରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ୧୨ଫୁଟ୍ ଉଚ୍ଚତା ବିଶିଷ୍ଟ ଏକଦନ୍ତ ଗଜାନନଙ୍କ ଆସ୍ଥାନ ପାଲଟିଛି ଏକ ରାକ୍ଷସ ପାଟି ତଥା ପାଟି ଭିତରେ ଥିବା ଗୁମ୍ଫା । ଗୁମ୍ଫାରେ ବ୍ୟବହୃତ ରଙ୍ଗ ବେରଙ୍ଗର ଲାଇଟ୍ ଗୁଡ଼ିକ ଗୁମ୍ଫାକୁ ଅଧିକ ଜୀବନ୍ତ ଭଳି ପ୍ରତୀତ କରାଉଛି । ସତେ ଯେମିତି ସବୁ କିଛି ପ୍ରକୃତି ଦତ୍ତ ପ୍ରାକୃତିକ ପରିବେଶ । ଗଜାନନଙ୍କ ହାତରେ ରହିଛି ୩୦କେ.ଜି. ଓଜନ ବିଶିଷ୍ଟ ମୋଦକ । ମୂର୍ତ୍ତିର ବାମ ପାର୍ଶ୍ଵରେ ଶୋଭା ପାଉଛନ୍ତି ଅନନ୍ଦକନ୍ଦ,ସଚ୍ଚିଦାନନ୍ଦ ଭଗବାନ୍ ଶ୍ରୀକୃଷ୍ଣ । ଗଣେଶଙ୍କ ମୂର୍ତ୍ତିରେ ମୁଣ୍ଡର ମୁକୁଟଠାରୁ ଆରମ୍ଭ କରି ସମସ୍ତ ଆଭୂଷଣ ବିଭିନ୍ନ ମୂଲ୍ୟବାନ ପଥର,ଅଳଙ୍କାର ଦ୍ୱାରା ଖଜ୍ଜିତ ହୋଇଛି । ଅଗ୍ର ପୂଜ୍ୟ ପ୍ରଭୁଙ୍କୁ ତଥା ଏଭଳି ନିଖୁଣ କୀର୍ତ୍ତି ରାଜିରେ ପରିପୂର୍ଣ୍ଣ ସୁସଜ୍ଜିତ ମଣ୍ଡପ ଦର୍ଶନ କରିବା ନିମନ୍ତେ ପ୍ରତିଦିନ ଶହ ଶହ ଭକ୍ତଙ୍କ ସୁଅ ଛୁଟୁଛି । ବିକ୍ରମପୂର୍ ଏବଂ ଗୋପାଳପୁର ସମେତ କରାପଲ୍ଲୀ ଅଞ୍ଚଳରୁ ମଧ୍ୟ ଜନସମାଗମ ଦେଖିବାକୁ ମିଳିଛି। ତେବେ ପୂଜା କମିଟିଙ୍କ କହିବା ମୁତାବକ ଆସନ୍ତାକାଲି ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ଭସାଣି କାର୍ଯ୍ୟକ୍ରମ ହେବାକୁ ଯାଉଛି ।

nis-ad
Leave A Reply

Your email address will not be published.