ଅବକାରୀ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମହୁଲ ପୋଚ ଓ ମଦ ନଷ୍ଟ

ଚିତ୍ରକୋଣ୍ଡା(୦୩/୦୯) : ଆଜି ମାଲକାନଗିରି ଜିଲ୍ଲା ବାଲିମେଳା ଅବକାରୀ ବିଭାଗ ଏବଂ ଜିଲ୍ଲା ମୋବାଇଲ ୟୁନିଟି ମିଳିତ ଭାବେ ଚିତ୍ରକୋଣ୍ଡା ସଦର ମହକୁମାରେ ଥିବା ପାହାଡ ଉପରେ ଦେଶୀ ମହୁଲି ମଦ ରନ୍ଧା ହେଉଥିବା ସୂଚନା ପାଇ ଚଢ଼ାଉ କରାଯାଇଥିଲା । ଚଢାଉ ସମୟରେ ୨୫୫୦ କିଲୋ ପୋଚ  ଏବଂ ୧୭୦ ଲିଟର ମଦ ନଷ୍ଟ କରିବା ସହ ବିପୁଳ ପରିମାଣରେ ମଦ ରନ୍ଧା ଯାଉଥିବା ସାମଗ୍ରୀ ନଷ୍ଟ କରଯାଇଥିଲା । ଏହି ଚଢ଼ାଉରେ ଅବକାରୀ Si ଅଶେଷ କୁମାର ନାୟକ , ପ୍ରଦୀପ ଖରା ,ଅକ୍ଷୟ ଜେନା ,ପ୍ରଦୀପ ନାୟକ ,ଜ୍ଞାନରଞ୍ଜନ ସହୂ ,ବିପୁଳ ଯୁଦ୍ଦର ,ସୁଜିତ ହିଆଲ ,ପ୍ରସନ୍ନ ସ୍ୱାଇଁ  ପ୍ରମୁଖ ସାମିଲ ଥିଲେ । ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଆସି ହଜାରରୁ ଉର୍ଦ୍ଧ ହେବ ବୋଲି ସୂଚନା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରଜିଅଛି । ଚଢ଼ାଉ ସମ୍ପର୍କରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ପଚାରିବାରୁ ତାଙ୍କ ପାଖରେ କିଛି ଖବର ନଥିବା ପ୍ରକାଶ କରିଥିଲେ l 

nis-ad
Leave A Reply

Your email address will not be published.