ଜିଲ୍ଲାପାଳଙ୍କୁ ଅସୁବିଧା ଜଣାଇବାକୁ ରାତିଅଧରେ ପାଚେରୀ ଡେଇଁଲେ ମାରିୱାଡା ଆଶ୍ରମ ବିଦ୍ୟାଳୟ ଛାତ୍ର

ମାଲକାନଗିରି : ମାଲକାନଗିରି ଜିଲ୍ଲା କିଛି ଦିନ ହେବ ପଡିଆ ବ୍ଲକ ର କଳାଗଣ୍ଡା ସ୍କୁଲର ଛାତ୍ର ମୃତ୍ୟୁ ଚର୍ଚ୍ଚା ଥମିନଥିବା ବେଳେ ଆଜି ଆଉ ଏକ ଆଶ୍ରମ ଘଟଣା ପଦାକୁ ଆସିଛି । କୋରୁକୋଣ୍ଡା ବ୍ଲକ ମାରିୱାଡା ଆଶ୍ରମ ବିଦ୍ୟାଳୟ ରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଜାରୀରହିଥିବା ବେଳେ ଛାତ୍ରଛାତ୍ରୀଙ୍କ କୋୖଣସି କଥା ଶୁଣୁନାହାନ୍ତି ସ୍କୁଲ କତ୍ତୃପକ୍ଷ କିମ୍ବା ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ବୋଲି ଅଭିଯୋଗ କରିଛନ୍ତି ସ୍କୁଲ ଛାତ୍ର । ପ୍ରତି ମାସରେ ଛାତ୍ରଙ୍କ ପାଇଁ ଆସୁଥିବା ଚାଉଳ କୁ ବିକ୍ରୀ କରୁଛନ୍ତି ହଷ୍ଟେଲ ୱାର୍ଡନ ,ଏହାସହ ୱାର୍ଡନଙ୍କ ଝିଅକୁ ନ ଧରିଲେ ପିଲାଙ୍କୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ପଡୁଛି । ହଷ୍ଟେଲ ରେ ପନୀୟ ଜଳର ସୁବିଧା ନଥିବା ବେଳେ ପାଇଖାନା ବ୍ୟବସ୍ଥା ନଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି । ଛାତ୍ର ମାନେ ଡ୍ରେନ ସଫା କରୁଥିବା ସହ ୱାର୍ଡନଙ୍କ ସମସ୍ତ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥାନ୍ତି । ଯାହା ପାଇଁ ଅତିଷ୍ଠ ହୋଇ ପ୍ରାୟ 15 ରୁ 20 ଜଣ ଛାତ୍ର ହଷ୍ଟେଲ ର ପାଚେରୀ ଡେଇଁ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇବା ପାଇଁ ମାଲକାନଗିରି ଆସିଛନ୍ତି ।

nis-ad
Leave A Reply

Your email address will not be published.