ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ ଅନିମା କଁହର ମନୋନୀତ

ଫୁଲବାଣୀ/ଖଜୁରିପଡ଼ା:- ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଶାରେ ମହିଳା ମାନଙ୍କୁ ରାଜନୀତିରେ ପ୍ରାଧାନ୍ୟ ଦେଇ ଆସିଛନ୍ତି।ତେଣୁ ତାଙ୍କ ଦଳରେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଲୋକସଭା ପର୍ଯ୍ୟନ୍ତ ମହିଳାଙ୍କୁ ଅଗ୍ରାଧିକାର ଦେଇ ଆସିଛନ୍ତି।ସେ ଦୃଷ୍ଟିରୁ ପୁନର୍ବାର ଅନିମା କଁହରଙ୍କ ଉପରେ ଆସ୍ଥା ଓ ଦୃଢ଼ ବିଶ୍ୱାସ ପ୍ରକଟ କରି ରାଜ୍ୟ ସ୍ଥରରେ ବିଜୁ ମହିଳା ଜନିତା ଦଳର କନ୍ଧମାଳ ଜିଲ୍ଲାର ପୂର୍ବତନ ଜିଲା ସଭାନେତ୍ରୀ ତଥା ବର୍ତ୍ତମାନର କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ପୁଣିଥରେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଏହି ପଦବିରେ ଥିଲେ। ଏହି ଘୋଷଣା ପରେ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ପ୍ରକାଶ ଥାଉ ଯେ ସୁଶ୍ରୀ ଅନିମା ଗତ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଦ୍ୱିତୀୟଥର ପାଇଁ ବର୍ତ୍ତମାନ ମଧ୍ୟ ସେ ଖଜୁରିପଡା ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉ ଛନ୍ତି। ଗତ ୨୦୧୫ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେ କନ୍ଧମାଳ ଜିଲା ବିଜୁ ମହିଳା ଜନତା ଦଳର ଜିଲା ସଭାନେତ୍ରୀ ଓ କଳାହାଣ୍ଡି ଜିଲାର ମହିଳା ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଥିଲେ। ତାଙ୍କର ଦଳ ପ୍ରତି ଥିବା ନିଷ୍ଠା ଓ ଆନ୍ତରିକତା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ପୁଣିଥରେ ତାଙ୍କୁ ରାଜ୍ୟ ଉପସଭାପତି ଭାବେ ମନୋନିତ କରାଯାଇଥିବା ଯୋଗୁଁ ସେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହିତ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ବିଜେଏମଡିର ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ, ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର,ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ, ଜିଲା ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ଅନ୍ୟ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

nis-ad
Leave A Reply

Your email address will not be published.