ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ସ୍ୱାଧୀନତା ସଂଗ୍ରାମ ଓ ଗାନ୍ଧିଜୀଙ୍କ ଅହିଂସା ନୀତି ଉପରେ ଜନସାଧାରଣଙ୍କୁ ସଚେତନ କରୁଛି ରଥ

ସୁନ୍ଦରଗଡ଼ : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଜନସାଧାରାଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାରା ଓଡ଼ିଶା ପରିକ୍ରମା କରୁଛି ’ଅହିଂସା ରଥ’। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବୁଲୁଥିବା ଏହି ରଥ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ସାଧାରଣ ଲୋକମାନେ ଏହି ରଥକୁ ଭବ୍ୟ ସ୍ୱାଗତ କରିଥିଲେ। ଗତ ଅଗଷ୍ଟ ୧୫ ତାରିଖରେ ଏହି ରଥକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହି ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରି ଭାରତର ସ୍ୱାଧୀନତା ସଂଗ୍ରାମ, ଓଡ଼ିଶାର ମହାନ ସଂଗ୍ରାମୀମାନଙ୍କ ବଳିଦାନ ଏବଂ ଗାନ୍ଧିଜୀଙ୍କ ଅହିଂସା ନୀତି ସମ୍ପର୍କରେ ଅଡିଓ ଭିଜୁଆଲ ମାଧ୍ୟମରେ ଲୋକମାନଙ୍କ ଆଗରେ ପ୍ରଦର୍ଶନ କରାଯାଉଛି।

ଶୁକ୍ରବାର ଦିନ ୨ଟି ’ଅହିଂସା ରଥ’ ସୁନ୍ଦରଗଡ଼ ବୀରମିତ୍ର ମେମୋରିଆଲ ଗେଟ୍ ନିକଟରେ ପହଞ୍ଚିଥିଲା। ଏହାକୁ ସଦର ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ଚନ୍ଦ୍ରମା ମେହେର, ଭସ୍ମା ସରପଞ୍ଚ, ଓ୍ୱାର୍ଡ ସଭ୍ୟ, ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସ୍ୱାଗତ କରିଥିଲେ।

ସେଥିମଧ୍ୟରୁ ଗୋଟିଏ ରଥ ସୁନ୍ଦରଗଡ଼ ସହର ସହିତ ସଦର ଓ ଟାଙ୍ଗରପାଲି ବ୍ଲକ ପରିକ୍ରମା କରିଥିବା ବେଳେ ଆଉ ଗୋଟିଏ ରଥ ହେମଗିର ଏବଂ ଲେଫ୍ରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଛି। ୫ ତାରିଖ ପର୍ଯ୍ୟନ୍ତ ଏହି ଦୁଇଟି ରଥ ପର୍ଯ୍ୟାୟକ୍ରମେ ରାଉରକେଲା ମହାନଗର ସହିତ ଜିଲ୍ଲାର ସମସ୍ତ ୧୭ଟି ବ୍ଲକ ପରିକ୍ରମା କରିବ। ବୀରମିତ୍ର ମେମୋରିଆଲ ଗେଟ୍ ନିକଟରୁ ଗୋଟିଏ ରଥ ସଦର ବ୍ଲକର ଭେଡାବାହାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲା। ସେଠାରେ ଏହି ରଥକୁ ଆଦିବାସୀ ନୃତ୍ୟ, ସଙ୍ଗୀତ ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ସେଠାରେ ଉପସ୍ଥିତ ଲୋକେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ସଂପୂର୍ଣ୍ଣ ବିବରଣୀ, ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ମହିଳାଙ୍କ ପ୍ରବେଶ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ବିଷୟରେ ଭିଡିଓ ଦେଖିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ମାଝି, ବିଡିଓ ଶ୍ରୀଯୁକ୍ତ ବିନୟ କୁମାର ପଟେଲ, ସ୍ଥାନୀ ସରପଞ୍ଚ ଓ ସମିତି ସଭ୍ୟ, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ

ଏହାପରେ ’ଅହିଂସା ରଥ’ ସୁନ୍ଦରଗଡ଼ ସହରାଞ୍ଚଳରେ ପ୍ରବେଶ କରିଥିଲା। ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଛକଠାରୁ ମାଦ୍ରୀକାଲୋ ଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଏହି ରଥକୁ ପାଛୋଟି ନିଆଯାଇଥିଲା। ଏଥିରେ ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ସୁନ୍ଦରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ସଦର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, ପୌରପଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ କୁଲଦୀପ ଖାଖାଙ୍କ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।

ମାଦ୍ରୀକାଲୋ ଭବନଠାରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଲୋକଙ୍କ ଆଗରେ ସହିଦ ବାଜି ରାଉତ ଏବଂ ଅନ୍ୟ ସଂଗ୍ରାମୀମାନଙ୍କ ବଳିଦାନ ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ହେମଗିର, ଲେଫ୍ରିପଡ଼ା ଏବଂ ଟାଙ୍ଗରପାଲି ବ୍ଲକରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ହେମଗିର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସା, ଉପାଧ୍ୟକ୍ଷ ସୌଦାମିନୀ ଡିଲା, ଜିଲ୍ଲା ପରିଷଦ ସଦସ୍ୟ ଭିମା ସେନ, ସାଂସଦ ପ୍ରତିନିଧି ବିଶି କେଶନ ସା, କନିକା ସରପଂଚ ଓ ହେମଗିରି ସରପଂଚ, ହେମଗିର ବିଡିଓ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ମହାନନ୍ଦ ଆଦି ଉପସ୍ଥିତ ଥିଲେ।

ଟାଙ୍ଗରପାଲି ବ୍ଲକର ମହୁଲପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା। ସେଠାରେ ସୁନ୍ଦରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଅଜୟ ନାଏକ, ସ୍ଥାନୀୟ ସରପଞ୍ଚ, ଏବିଡିଓ ଦମୟନ୍ତୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଉଜ୍ଜ୍ୱଳପୁର ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ରଥକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ଗେଲବତି ପଟେଲ, ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ମାଝି, ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ସର୍ଗିପାଲି ଗ୍ରାମପଂଚାୟତଠାରେ ମଧ୍ୟ ଅହିଂସା ରଥକୁ ବିପୁଳ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଡିଓ ରମେଶ ଚନ୍ଦ୍ର ହାଁସଦା, ସରପଞ୍ଚ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଲେଫ୍ରିପଡ଼ା ଓ ଟାଙ୍ଗରପାଲି ବ୍ଲକରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ୧୧ ଜଣ କାରିଗରଙ୍କୁ ଚରଖା ବଣ୍ଟନ କରାଯାଇଥିଲା। ଶନିବାର ଦିନ ଅହିଂସା ରଥ ବଡଗାଁ, କୁତ୍ରା, ରାଜଗାଙ୍ଗପୁର, ବାଲିଶଙ୍କରା ଓ ସବଡେଗା ବ୍ଳକ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି।

ବିଶ୍ୱରଞ୍ଜନ ହୋତା

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି

nis-ad
Leave A Reply

Your email address will not be published.