ବାୟାପଡା ବିଦ୍ୟାଳୟରେ ସ୍ୱତନ୍ତ୍ର ସ୍ୱଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା (୦୨/୦୯) : କୁଡୁମୁଲୁଗୁମ୍ମା ନିକଟସ୍ଥ ନାକାମାମୁଡି ଗ୍ରାମ ପଞ୍ଚାୟତ ର ଘାଟି ଅ°ଚଳ ବାୟାପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ସ୍ୱଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୁଦୁଲି ପରିଚାଳନା କରିଥିଲାବେଳେ ସିଆରସିସି କୃଷ୍ଣ ଚନ୍ଦ୍ର ବାଛାଡ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ କୁଡୁମୁଲୁଗୁମ୍ମା ବ୍ଲକ ସହକାରୀ ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସ°ଯୋଜକ ଅଞନ କୁମାର ଚୈଧୁରୀ ଉପସ୍ଥିତ ରହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ କୋଭିଡ ନିୟମ ମାନ ଯଥା- ନିୟମିତ ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା, ଖାଇବା ଥାଳିକୁ ଭଲ ଭାବରେ ସଫା କରିବା ସହ ବିଦ୍ୟାଳୟ ର ପରିବେଶ ଓ ଶୈଚାଳୟ କୁ ସଫା ସୁତୁରା ରଖିବା ବିଷୟରେ ଅବଗତ କରାଇ ଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନଙ୍କ ସହଯୋଗ ରେ ବିଦ୍ୟାଳୟ ର ଚତୁର୍ପାର୍ଶ୍ୱ ସଫେଇ କରାଯାଇ ବିଭିନ୍ନ ସ୍ଥାନରେ ବ୍ଲିଚି° ପାଉଡର ବିନ୍ଧା ଯାଇଥିଲା । ପ୍ରକାଶ ଥାଉକି ଏହି ଭଳି ସ୍ୱଛତା ପକ୍ଷ ସବୁ ବିଦ୍ୟାଳୟ ରେ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପାଳନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସମା ଚାଲାଣ ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.