ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ୩୦ତମ ଶୁଣାଣି

ନୂଆଦିଲ୍ଲୀ: ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ୩୦ତମ ଶୁଣାଣି । ଏହି ଶୁଣାଣି ଭର୍ଚୁଆଲ୍‌ ମୋଡ୍‌ରେ ହେବ। ପ୍ରଥମେ ଛତିଶଗଡ଼ ଓ ପରେ ପରେ ଓଡ଼ିଶା ପକ୍ଷରୁ କରୋନା ମାମଲା ବୃଦ୍ଧି ପାଉଥିବା ନେଇ ଟ୍ରିବ୍ୟୁନାଲଙ୍କୁ ପତ୍ର ଜରିଆରେ ଅବଗତ କରାଇଥିଲେ । ଏହାକୁ ଦୃଷ୍ଟିରେ ରଖି ‘ଫିଜିକାଲ୍‌’ ଶୁଣାଣି ସ୍ଥାନରେ ‘ଭର୍ଚୁଆଲ୍‌’ ଶୁଣାଣି ପାଇଁ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଇଥିଲେ ।

ଗତ ମାସ ୧୮ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ନିକଟରୁ ମହାନଦୀ ଅବବାହିକାରେ ବନ୍ୟା ସଂପର୍କିତ ନଥିପତ୍ର ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ଯୋଗାଇ ଦେବାକୁ ନେଇ ଟ୍ରିବ୍ୟୁନାଲଙ୍କ ଦ୍ୱାରା କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟକୁ ନୋଟିସ ଜାରି କରାଯାଇଥିଲା ।

nis-ad
Leave A Reply

Your email address will not be published.