୬ ଅତିରିକ୍ତ ଏସପିଙ୍କ ବଦଳି

କଟକ: ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ୬ ଜଣ ଅତିରିକ୍ତ ଏସପି ରାଙ୍କ ଅଧିକାରୀଙ୍କୁ ନୂତନ ସ୍ଥାନକୁ ବଦଳି କରାଯାଇଛି। ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମିଳିଥିବା ସୂଚନାନୁସାରେ ବାଲେଶ୍ୱରର ଅତରିକ୍ତ ଏସପି ଥିବା ଉଦୟଭାନୁ ମିଶ୍ରଙ୍କୁ ବିଜୁପଟ୍ଟନାୟକ ଓଡ଼ିଶା ପୁଲିସ ଏକାଡେମିର ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି।

ସେହିପରି ଗୁଣୁପୁର ଅତିରିକ୍ତ ଏସପି ଥିବା ଲଳିତ ମୋହନ ପଟ୍ଟନାୟକ କନ୍ଧମାଳ ଅତିରିକ୍ତ ଏସପି ଭାବେ ବଦଳି ହୋଇଛନ୍ତି। ତାଳଚେର ଅତିରିକ୍ତ ଏସପି ଅନୀଲ କୁମାର ପ୍ରଧାନଙ୍କୁ ବାଲେଶ୍ୱର ଆଇୟୁସିଏଡବ୍ଲୁ ଅତିରିକ୍ତ ଏସପି, କେନ୍ଦୁଝର ଆଇୟୁସିଏଡବ୍ଲୁ ଅତିରିକ୍ତ ଏସପି ସୁରେଶ କୁମାର ନାୟକଙ୍କୁ ବଲାଙ୍ଗୀର ଅତିରିକ୍ତ ଏସପି, ନୟାଗଡ଼ ଆଇୟୁସିଏଡବ୍ଲୁ ଅତିରିକ୍ତ ଏସପି ବିଦ୍ୟୁତଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ଓଏଚଆରସିର ଅତିରିକ୍ତ ଏସପି ଏବଂ କେନ୍ଦ୍ରାପଡ଼ା ଆଇୟୁସିଏଡବ୍ଲୁ ଅତିରିକ୍ତ ଏସପି ଇନ୍ଦ୍ରମଣି ବେହେରାଙ୍କୁ ନୂଆପଡ଼ାର ଅତିରିକ୍ତ ଏସପି ଭାବେ ବଦଳି ପୂର୍ବକ ଅବସ୍ଥାପିତ କରାଯାଇଛି। 

nis-ad
Leave A Reply

Your email address will not be published.