ଏସ୍‌ପିସିବି ପକ୍ଷରୁ ବାୟୁ ପ୍ରଦୂଷଣ ସଂପର୍କିତ କର୍ମଶାଳା…


ରାଉରକେଲା : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆ ଞ୍ଚଳିକ ଶାଖା ପକ୍ଷରୁ ବାୟୁ ପ୍ରଦୂଷଣ ସଂପର୍କିତ ଏକ କର୍ମଶାଳା ଆଜି ଆରଏସ୍‌ପିର ସିପିଟିଆଇ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି ।
ସମ୍ମିଳିତ ଉଦ୍ୟମ ଦ୍ୱାରା ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଦେଶର ପ୍ରମୁଖ ପ୍ରଦୂଷିତ ସହର ମଧ୍ୟରେ ରାଉରକେଲା ରହିଛି । ସୂକ୍ଷ୍ମ ଭାଷମାନ ଧୂଳିକଣାକୁ ହ୍ରାସ କରିବା ପାଇଁ ଉଦ୍ୟମ ଜାରି ରହିଛି । ବାୟୁର ଗୁଣାତ୍ମକ ମାନ ବୃଦ୍ଧି ବିଷୟରେ ପ୍ରତ୍ୟେକେ ନିଜ ନିଜ ସ୍ତରରେ ଉଦ୍ୟମ ଓ ସହଯୋଗ କରିବା ଆବଶ୍ୟକ ବୋଲି ବକ୍ତାମାନେ ମତ ଦେଇଛନ୍ତି । ଆୟୋଜିତ କର୍ମଶାଳାରେ ଏନ୍‌ଆଇଟିର ପ୍ଲାନିଙ୍ଗ ଓ ଡେଭଲପ୍‌ମେଣ୍ଟ ବିଭାଗ ଡିନ୍ ପ୍ରଫେସର ପ୍ରଦୀପ ସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆରଏସ୍‌ପିର ଇଡି (ୱାର୍କ୍ସ) ଏସ.ଆର. ସୂର୍ଯ୍ୟବଂଶୀ, ଏନ୍‌ଆଇଟିର ଆସୋସିଏଟ୍ ଡିନ୍ (ଏଫଡବ୍‌ଲ୍ୟୁ) ପ୍ରଫେସର କାକୋଳି କେ. ପଲ, ପୋଲିସ ବିଭାଗର ଡିଏସ୍‌ପି ଏ.କେ. ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏସ୍‌ପିସିବିର ବରିଷ୍ଠ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ. ବିନୋଦ ବିହାରୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆୟୋଜିତ କର୍ମଶାଳ।ରେ ଅଧ୍ୟକ୍ଷତା କରିଥିଲେ । ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ବିଭାଗ ପକ୍ଷରୁ ନିଆଯାଇ ଆସୁଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ବିଷଦ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଉପ-ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ସଞ୍ଚାଳନ କରିଥିଲେ ।
ଏହି କର୍ମଶାଳାରେ ଆରଏସ୍‌ପିର ପରିବେଶ ବିଭାଗ ଜିଏମ ପି.ସି. ଦାସ, ଆରଏମସିର ପ୍ରତିନିଧି ଜଗନ୍ନାଥ ଦଳାଇ, ଆଇଏଚଆରସିର ଜିଲ୍ଲା ସଭାପତି କୁମାର ବେହେରରାଙ୍କ ସମେତ ଅନ୍ୟ ଶିଳ୍ପ ପ୍ରତିନିଧିମାନେ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଉପ-ପରିବେଶ ଯନ୍ତ୍ରୀ ରମଣି ରଂଜନ ଦାଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଜନସଚେତନତା ନେଇ ବିଭାଗ ପକ୍ଷରୁ ସକାଳେ ସେକ୍ଟର ଅଂଚଳର ଟେଲିଫୋନ୍ ଭବନ ଛକରୁ ଆମ୍ବଗାନ୍ ଛକ ଓ ବିଶ୍ରା ଛକରୁ ଟ୍ରାଫିକ୍ ଗେଟ୍ ଛକ ହୋଇ ଆରଏସ୍‌ପିର ସିପିଟିଆଇ ପର୍ଯ୍ୟନ୍ତ ଦୁୂଇଟି ପୃଥକ୍ ର‌୍ୟାଲି ଯାଇଥିଲା ଓ ରୋଡ ଶୋ’ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାନର ଓ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା ।
ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଖଣି, ଶିଳ୍ପ କାରଖାନ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକ ର୍ା, ସରକାରୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏସ୍ ପିସିବି ର ସେକସନ ଅଫିସର ଅନୁପମ ଦତ୍ତ ଙ୍କ ସମେତ ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.